ଖଲ୍ଲିକୋଟ 22/12 ଗତ କାଲି ବିଳମ୍ବିତ ରାତ୍ରିରେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ମଥୁରା ଗ୍ରାମରେ ଏକ ବଡ଼ ଧରଣର ଚୋରି ହୋଇଥିବା ଘଟଣା ଅଞ୍ଚଲରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ଗତ କାଲି ମାଣବସା ଗୁରୁବାର ପୂଜାସାରି ମଥୁରା ଗ୍ରାମର ଚିତ୍ରସେନ ପାଣିଗ୍ରାହୀ ତାଙ୍କର ପୁଅ ଝିଅ ଓ ସ୍ତ୍ରୀ କୁ ନେଇ ରାତ୍ରୀ ଭୋଜନ ପରେ ଉପର ଘରକୁ ବିଶ୍ରାମ ନେବାକୁ ଯାଇଥିଲେ ଓ ଆଜି ଅର୍ଥାତ୍ ଶୁକ୍ରବାର ଦିନ ସକାଳେ ତଳ ଘରକୁ ଆସି ଦେଖିଲା ବେଳକୁ ଘରର ବିଭିନ୍ନ ଥାକରେ ଥିବା ସମସ୍ତ ଲୁଗାପଟା, ବ୍ୟାଗ୍ ଓ ଅନ୍ୟାନ୍ୟ ସାମଗ୍ରୀ ତଳେ ବିଛେଇ ହୋଇ ପଡିବା ସହିତ ଘରେ ଥିବା ଲୁହା ଟ୍ରଙ୍କ ଖୋଲା ହୋଇ ରହିଥିବା ଦେଖିବାକୁ ପାଇଥିଲେ l.
ଚୋରି ହୋଇଥିବା ଦୃଶ୍ୟ କୁ ଦେଖି ସ୍ବାମୀ ସ୍ତୀ ଉଭୟେ କିଛି ସମୟ ପାଇଁ ଅବାକ୍ ହୋଇପଡ଼ିଥିଲେ l ପରେ ନିର୍ଦ୍ଧିଷ୍ଟ ସ୍ଥାନରେ ନିଜ ଝିଅ ବାହାଘର କରିବା ପାଇଁ ରଖିଥିବା ସମସ୍ତ ସୁନା ଗହଣା ଓ ନଗଦ ୫୦ ହଜାର ଟଙ୍କା ଚୋରି ହୋଇଥିବା ଦେଖି ଭାଙ୍ଗି ପଡ଼ିଥିଲେ l ପରେ ଏ ସମ୍ପର୍କରେ ପୋଲିସ୍ କୁ ଅବଗତ କରାଇବା ପରେ ସ୍ଥାନୀୟ ଖଲ୍ଲିକୋଟ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଥିବା ପ୍ରକାଶ |ଗୃହ କର୍ତା ଜଣେ ଟାଇଲ ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ |ବର୍ତମାନ ଝିଅ ବିବାହ ନେଇ ପରିବାର ଲୋକ ଦୁଃଖ ରେ ମ୍ରିୟମାଣ ହୋଇପଡ଼ିଥିବା ଜଣାପଡିଛି |

(ରିପୋର୍ଟ :ମାଧବ ବେହେରା, ଖଲ୍ଲିକୋଟ, ଗଞ୍ଜାମ )
