ବେଗୁନିଆପଡ଼ା,୨୭/୧୧ -:- ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ସମନ୍ୟୁତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସନ୍ଧ୍ୟାରାଣୀ ପାଣିଗ୍ରାହୀଙ୍କୁ ବୁଧବାର ଦିନ ନିଜ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ କରିଛି । କୁମ୍ଭାରଗାଁ ପଂଚାୟତର ମାଳବେଲପଡା ଅଙ୍ଗନବାଡି କେନ୍ଦ୍ରର ସହାୟିକା ତ୍ରିବେଣୀ ବେହେରା ଙ୍କ ବକେୟା ଅଠର ମାସ କାର୍ଯ୍ୟର ବିଲ କରାଇବା ପାଇଁ ସିଡିପିଓ ଙ୍କୁ କହିଥିଲେ । ସେ ଉକ୍ତ ବିଲ କରିବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେବେ ବୋଲି ସ୍ଥିର ହୋଇ ଥିଲା। ତ୍ରିବେଣୀ ଭିଜିଲାନ୍ସର ଆଶ୍ରୟ ନେଇଥିଲେ । ଚୁକ୍ତି ପ୍ରକାରେ ବୁଧବାର ଦିନ ତ୍ରିବେଣୀ ସିଡିପିଓ ଙ୍କ କାର୍ଯ୍ୟାଳୟ ରେ ପହଂଚି ବାର ହଜାର ଟଙ୍କା ପ୍ରଦାନ କରିବା ବେଳେ ଭିଜିଲାନ୍ସ ମାଡି ବସି ରେଡ ହେଣ୍ଡ ରେ ଉକ୍ତ ଟଙ୍କା ଜବତ କରିଥିଲେ । ତେବେ ତ୍ରିବେଣୀଙ୍କ ବକୟା ବିଲ କରିବା ପାଇଁ ସିଡିପିଓ ପନ୍ଦର ହଜାର ଟଙ୍କା ଦାବି କରିଥିବା ବେଳେ ବାର ହଜାର ଟଙ୍କା ଦେଇ ଥିବା ତ୍ରିବେଣୀ କହିଛନ୍ତି । ବ୍ରହ୍ମପୁର ଭିଜିଲାନ୍ସ ଟିମ ଚଢ଼ାଉ କରିବା ସହ ୨୦/୨୦୨୪ ରେ ମାମଲା ରୁଜୁ କରି ସିଡିପିଓ ଙ୍କୁ ଅଟକ ରଖି କରି ଭିଜିଲାନ୍ସ କାର୍ଯାଳୟ କୁ ନେଇ ଥିବା ଜଣା ପଡିଛି । ସିଡିପିଓ ସନ୍ଧ୍ୟାରାଣୀ ଦୀର୍ଘ ୮ ବର୍ଷ ରୁ ଉର୍ଦ୍ଧ ହେବ ବେଗୁନିଆପଡା ବ୍ଲକରେ କାର୍ଯ୍ୟ କରୁଥିବା ବେଳେ ବର୍ତମାନ ତାଙ୍କର ବ୍ରହ୍ମପୁର ବଦଳି ହୋଇଥିବା ଚିଠା ପ୍ରକାଶ ପାଇଛି । ପ୍ରକାଶ ଥାଉ କି ଗତ ସମିତି ବୈଠକରେ ଅଙ୍ଗନବାଡି କେନ୍ଦ୍ର ର ଅନିୟମିତତା ଓ ଛତୁଆ ଉପରେ ବିଧାୟକଙ୍କ ସମେତ ସରପଞ୍ଚ ଓ ସମିତି ସଭ୍ୟ ମାନେ ସିଡିପିଓଙ୍କୁ ଅଭିଯୋଗ କରିବା ସହ ତଦନ୍ତ ପାଇଁ ଦାବି କରିଥିଲେ।
ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ ।
