You are currently viewing ବାଘ ଛାଲ ଜବତ,ସାତ ଗିରଫ।
ବାଘ ଛାଲ ଜବତ,ସାତ ଗିରଫ।

ଭଞ୍ଜନଗର ବନ ବିଭାଗକୁ ବଡ଼ ସଫଳତା। ଉତ୍ତର ଘୁମୁସର ବନଖଣ୍ଡ ଜଗନ୍ନାଥପ୍ରସାଦ ବନାଞ୍ଚଳ ଅଧିନ ଗୁଣ୍ଡୁରୀବାଡି ଗ୍ରାମରୁ ବାଘଛାଲ ସହ ଭୁଜାଲି ଜବତ।ବାପା ପୁଅ, ଅବସର ପ୍ରାପ୍ତ ପୋଲିସ ଏ ଏସ ଆଇ ସମେତ ସାତ ଗିରଫ। ଗିରଫ ଅଭିଯୁକ୍ତ ମାନେ ହେଲେ ଗୁଣ୍ଡୁରୀବାଡି ଗ୍ରାମର ସୁରେନ୍ଦ୍ର ପ୍ରଧାନ,ଲକ୍ଷ୍ମଣ ପ୍ରଧାନ,ପନ୍ତିଖାରୀ ସୁଶାନ୍ତ ଡାକୁଆ,ପୁରିଷୋତ୍ତମପୁର ଥାନା ଅଂଚଳର ତ୍ରିନାଥ ବିଶ୍ୱାଳ,ଗଜପତି ଜିଲ୍ଲାର ଖଲି ଚରଣ ଜାନି,ଅନଙ୍ଗରାମ ଗିରି,କ୍ଷତ୍ରିୟ ମଲ୍ଲିକ।ସୂଚନା ମୁତାବକ ଆଜି ସକାଳୁ ଗୁଣ୍ଡୁରୀବାଡ଼ି ଗ୍ରାମରେ ବାଘ ଛାଲ ବିକ୍ରି କରିବା ପୂର୍ବରୁ ପୂଜାର୍ଚନା ଚାଲିଥିଲା।ସେହି ସମୟରେ ଖବରପାଇ ବନବିଭାଗ ମାଡ଼ି ବସିଥିଲା ସେଠାରୁ କଲରାପତରିଆ ବାଘ ଛାଲ ସମେତ ପୂଜା ସାମଗ୍ରୀ, ଭୁଜାଲି, ମୋବାଇଲ ସହ ତିନି ଜଣଙ୍କୁ ଗିରଫ କରିଥିଲା।ଛାଲ ବ୍ୟବସାୟରେ ସମ୍ପୃକ୍ତ ଥିବା ଆଉ ଚାରି ଜଣ ଅଭିଯୁକ୍ତ ଙ୍କୁ ଭଂଜନଗରର ଏକ ଲଡଜ ରୁ ଗିରଫ କରାଯାଇଛି।ବାଘର ଲମ୍ବ ସାତ ଫୁଟ ହୋଇଥିବା ବେଳେ ବୟସ ୫ ରୁ ୬ ବର୍ଷ ହେବ। ୧୫ ଦିନ ପୂର୍ବରୁ ବାଘ କୁ ଗୁଳି କରି ହତ୍ୟା କରାଯାଇଛି।ଅନ୍ତର୍ଜାତୀୟ ସ୍ତରରେ ଲକ୍ଷାଧିକ ଟଙ୍କାରେ ବିକ୍ରି କରିବାକୁ ଯୋଜନା କରାଯାଇଥିଲା।

Oplus_131072

ତେବେ ବାଘକୁ କେଉଁଠି ଗୁଳି କରି ହତ୍ୟା କରାଯାଇଛି ଏବଂ ଏହି ରାକେଟରେ କିଏ କିଏ ସାମିଲ ଅଛନ୍ତି ତାହା ଜଣା ପଡିନି ତଦନ୍ତ ପରେ ସବୁ କିଛି ସ୍ପଷ୍ଟ ହେବ ବୋଲି ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି ସୂଚନା ଦେଇଛନ୍ତି।