You are currently viewing ମିଶନ ଶକ୍ତି ଯୋଜନାରେ ବ୍ୟବସାୟ ଆଳରେ ୬ କୋଟି ଠକେଇ ମାମଲା, ଅଭିଯୁକ୍ତ ଗିରଫ
ମିଶନ ଶକ୍ତି ଯୋଜନାରେ ବ୍ୟବସାୟ ଆଳରେ ୬ କୋଟି ଠକେଇ ମାମଲା, ଅଭିଯୁକ୍ତ ଗିରଫ

ବ୍ରହ୍ମପୁର,୫/୮/୨୫,ମିଶନ ଶକ୍ତି ଯୋଜନା ଆଳରେ ବ୍ରହ୍ମପୁରର ଜଣେ ବ୍ୟବସାୟୀଙ୍କ ଠାରୁ ୬ କୋଟି ଠକେଇ କରିବା ଅଭିଯୋଗରେ ବ୍ରହ୍ମପୁର ସାଇବର ଥାନା ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ କୋଦଳା ଥାନା ଅନ୍ତର୍ଗତ ଦିଗପଡା ଗ୍ରାମର ଅନିଲ କୁମାର ମିଶ୍ର (୩୫) । ପୁଲିସ ଅଭିଯୁକ୍ତଙ୍କ ଠାରୁ ୪ଟି ମୋବାଇଲ ଓ ୪ଟି ବ୍ୟାଙ୍କ ପାସ ବୁକ ଜବତ କରିଥିବା ଥାନା ଅଧିକାରୀ ଶଙ୍କର ପଣ୍ଡା ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ,ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ମୟୁରୀ ବିହାର ୪ର୍ଥ ଲାଇନ ବାସିନ୍ଦା ଅନୁରାଗ ମିଶ୍ରଙ୍କ ଟ୍ରାନ୍ସପୋର୍ଟ ବ୍ୟବସାୟ ରହିଛି । ଗତବର୍ଷ ଜଣେ ବନ୍ଧୁଙ୍କ ଜରିଆରେ କୋଦଳା ଅର୍ଥାତ ଅଭିଯୁକ୍ତ ଗ୍ରାମର ଅନିଲ କୁମାର ମିଶ୍ରଙ୍କ ସହ ପରିଚୟ ହୋଇଥିଲା ା ଅନିଲ ଅନୁରାଗଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଚଳିତ ମିଶନ ଶକ୍ତି ବିଷୟରେ କହିଥିଲେ । ମିଶନ ଶକ୍ତି ଜରିଆରେ ବିଭିନ୍ନ ବ୍ଲକରେ କୋଟି କୋଟି ଟଙ୍କାର କାମ ହେବାକୁ ଯାଉଛି ା ବିଭିନ୍ନ ବ୍ଲକ ଓ ମହିଳା ଗୋଷ୍ଠୀଙ୍କୁ ସାମଗ୍ରୀ ଯୋଗାଣ ଭଳି ବିଭିନ୍ନ କାର୍ଯ୍ୟ ହାତକୁ ନେବାକୁ ଅନିଲ ଅନୁରାଗଙ୍କୁ ବୁଝାଇବା ସହ ସେଥିରେ ଟଙ୍କା ନିବେଶ କରିବାକୁ ପ୍ରବର୍ତ୍ତାଇଥିଲେ । ଏହାଦ୍ବାରା ସେମାନେ ବହୁଗୁଣା ଅର୍ଥ ରୋଜଗାର କରିପାରିବେ ବୋଲି କହିଥିଲେ ା ଯେହେତୁ ରାଜ୍ୟରେ ମହିଳା ଗୋଷ୍ଠୀ ଓ ମିଶନ ଶକ୍ତି ଜରିଆରେ ବିଭିନ୍ନ କାର୍ଯ୍ୟ ଓ ଯୋଜନା ଜାରି ରହିଛି ସେହିକ୍ରମରେ ଅନୁରାଗ ମଧ୍ୟ ସଂପୃକ୍ତ ବ୍ୟକ୍ତିଙ୍କ କଥାରେ ରାଜି ହୋଇଥିଲେ । ୨୦୨୪ ଏପ୍ରିଲ ୨୯ ତାରିଖରେ ଅନୁରାଗ ପ୍ରଥମେ ୨ଲକ୍ଷ ଟଙ୍କା ନିବେଶ କରିଥିଲେ । ତୁରନ୍ତ ତିନୋଟି ଭିନ୍ନ କାରବାର ମାଧ୍ୟମରେ ଅନୁରାଗଙ୍କ ଆକାଉଣ୍ଟକୁ ୨ଲକ୍ଷ ୨୬ ହଜାର ଟଙ୍କା କ୍ରେଡିଟ ହୋଇଥିଲା। ଯାହା ଫଳରେ ଅନିଲଙ୍କ ଯୋଜନା ଏବଂ ସଚ୍ଚୋଟତା ଉପରେ ବିଶ୍ୱାସ କରିଥିଲେ ଅନୁରାଗ । ବିଭିନ୍ନ ବ୍ଲକକୁ ସାମଗ୍ରୀ ଯୋଗାଣ ନାଁରେ ଅନିଲ ଅନୁରାଗଙ୍କୁ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବାକୁ କହୁଥିଲେ ା ଅନୁରାଗ କେତେବେଳେ ୩୦ ଲକ୍ଷ ତ’ ଆଉ କେତେ​‌େ​‌ବଳେ ୫୦ ଲକ୍ଷ ଟଙ୍କା ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ଜମା କରି ଚାଲିଥିଲେ । ତେବେ ଏଥିପାଇଁ ଅନିଲ ଓ ତାଙ୍କ ସହଯୋଗୀମାନେ ପ୍ରାୟ ୧୦୦ ଟି ବ୍ୟାଙ୍କ ଆକାଉଣ୍ଟ ବ୍ୟବହାର କରିଥିଲେ ା ଆଉ ଏହି ସବୁ ବ୍ୟାଙ୍କ ଆକାଉଣ୍ଟ ବିଭିନ୍ନ ସପ୍ଲାୟର୍ସ ଓ ମହିଳା ଗୋଷ୍ଠୀ ସଭାନେତ୍ରୀଙ୍କ ବୋଲି ଅନୁରାଗଙ୍କୁ ଜଣାଉଥିଲେ । ୨୦୨୪ ମେ ୯ ତାରିଖରୁ ୨୦୨୫ ଏପ୍ରିଲ ୧୧ ତାରିଖରେ ଭିତରେ ଅନିଲ ଅନୁରାଗଙ୍କ ଠାରୁ ପ୍ରାୟ ୯ କୋଟି ୭୧ ଲକ୍ଷ ୫୫ ହଜାର ୭୩ଟଙ୍କା ଟଙ୍କା ନେଇ ଯାଇଥିଲେ ା ହେଲେ ଉକ୍ତ ଯୋଜନାରେ କାମ ସମ୍ପୂର୍ଣ୍ଣ ହୋଇ ବିଲ ହୋଇଥିବା କହି ୩ କୋଟି ବିଭିନ୍ନ ସମୟରେ ଫେରସ୍ତ କରିଥିଲେ । ହେଲେ ୨୦୨୫ ଏପ୍ରିଲ ୧୧ ତାରିଖ ଠାରୁ ଅନୁରାଗ ନିଜ ଟଙ୍କା ଫେରସ୍ତ ପାଇନଥିଲ ା ଯାଞ୍ଚ ପରେ ତାଙ୍କ ଟଙ୍କା ମିଶନ ଶକ୍ତି ଭଳି କୌଣସି ଯୋଜନା କିମ୍ବା ବ୍ଲକସ୍ତରର ମହିଳା ସଂଗଠନରେ ନିବେଶ ହୋଇନଥିବା ଅନୁରାଗ ଜାଣିବାକୁ ପାଇଥିଲେ ା ଅନିଲଙ୍କ ଦ୍ବାରା ଠକେଇର ଶିକାର ହୋଇଥିବା ଜାଣିବା ପରେ ଅନୁରାଗ ସାଇବର ଥାନାକୁ ଯାଇ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଯେଉଁ ସବୁ ଆକାଉଣ୍ଟକୁ ଲକ୍ଷ ଲକ୍ଷ ଟଙ୍କା ପଠାଯାଇଥିଲା ସେଥିରୁ ଏକାଧିକ ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରି ଦିଆଯାଇଥିବା ଜଣାପଡିଛି । ଅନ୍ୟପକ୍ଷରେ ଅଭିଯୁକ୍ତ ଅନିଲ କେତେକ ବିଭିନ୍ନ ବାଣିଜ୍ୟିକ ଆପ୍‌ରେ ଟଙ୍କା ବିନିଯୋଗ କରୁଥିଲେ ଏବଂ ତାଙ୍କର ଲାଭର କିଛି ଟଙ୍କା ଫେରସ୍ତ ଭାବରେ ଦେଉଥିଲେ। କିନ୍ତୁ ସେ ଟଙ୍କା ହରାଇଲେ ଏବଂ ଆଉ ଫେରସ୍ତ କରିପାରିଲେ ନାହିଁ। ଯାହା ଫଳରେ ସେ ଏହି ଠକେଇ କରିଥିବା ଜଣାପଡ଼ିଛି।