ଆସିକା,୨୧/୧ ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ସିଦ୍ଧନଇ ପଞ୍ଚାୟତ ଅତରଙ୍ଗ ଗ୍ରାମରେ ଧାର କରଜ ଟଙ୍କା ପଇସାକୁ ନେଇ ବାପା ଓ ପୁଅ ମଧ୍ୟରେ ହଣାହଣି ଘଟଣା । ଆଜି ଦିନଦ୍ବିପହରରେ ଏକ ଅଭାବନୀୟ ଘଟଣା ଘଟିଥିବା ବେଳେ ଉଭୟ ପ୍ରଥମେ ଆସିକା ମେଡିକାଲ ଓ ପରେ ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତରିତ ହୋଇଛନ୍ତି । ଏନେଇ ଗତ କିଛି ଧରି ଘର ଭିତରେ ପାଟିତୁଣ୍ଡ ଲାଗିରହିଥିଲା । ଗତକାଲି ଗାଁ ମୁଖିଆ ଧରି ଆଲୋଚନା ହୋଇଥିବା ସତ୍ତ୍ୱେ ସମାଧାନ ହୋଇନଥିଲା । ଯାହା ଫଳରେ ଗ୍ରାମରେ ଲହୁଲୁହାଣ ଦେଖିବାକୁ ମିଳିଥିଲା ।
