You are currently viewing ଗଞ୍ଜାମ ଓ ଗଜପତି ସୀମାନ୍ତ ପାହାଡିଆ ଅଞ୍ଚଳରୁ ବିପୁଳ ପରିମାଣ ର ଗଞ୍ଜେଇ ଚାଷ ନଷ୍ଟ କଲା ପାଟପୁର ପୋଲିସ
ଗଞ୍ଜାମ ଓ ଗଜପତି ସୀମାନ୍ତ ପାହାଡିଆ ଅଞ୍ଚଳରୁ ବିପୁଳ ପରିମାଣ ର ଗଞ୍ଜେଇ ଚାଷ ନଷ୍ଟ କଲା ପାଟପୁର ପୋଲିସ

ସାନଖେମୁଣ୍ଡି :୨୩/୧୨/ ୨୨ (ରଘୁନାଥ ନାୟକ )ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଆଜି ଗଞ୍ଜାମ ଏସପି ଶ୍ରୀ ବ୍ରିଜେଶ ରାୟ ଙ୍କ ନିଦେଶ କ୍ରମେ ଆସ୍କା ଏସଡିପିଓ ଉମାଶଙ୍କର ସିଂ ଙ୍କ ନେତୃତ୍ୱ ରେ ଟି ଗୋବିନ୍ଦପୁର ଘୋଡମ୍ବା ଗ୍ରାମ ପାଖ ପାହାଡିଆ ଅଂଚଳରେ ବିପୁଳ ପରିମାଣର ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି କିଛି ଅସାଧୁ ଶ୍ରେଣୀର ଲୋକେ ଟଙ୍କାର ଲୋଭ ଦେଖାଇ ଜଙ୍ଗଲ କାଟି ଗଞ୍ଜେଇ ଚାଷ କରିବା ପ୍ରଲୋଭନ ଦେଖାଇଥାନ୍ତି l ନିରୀହ ଲୋକ କିଛି ଆଗ ପଛ ଚିନ୍ତା ନକରି ଗଞ୍ଜେଇ ଚାଷ କରିଦିଅନ୍ତି l ଗଞ୍ଜାମ ଓ ଗଜପତି ଅଞ୍ଚଳରେ ଗଞ୍ଜେଇ ଚାଷ ପାଇଁ ରାଜ୍ୟ ଏବଂ ରାଜ୍ୟ ବାହାରେ ନାମ ରହିଥିବାରୁ ବହୁ ସମୟରେ ରାଜ୍ୟ ଏବଂ ରାଜ୍ୟ ବାହାରୁ ଗଞ୍ଜେଇ ମାଫିଆ ମାନେ ଆସି ଏଠାରୁ ଲକ୍ଷ ଲକ୍ଷ ଟଙ୍କାର ଗଞ୍ଜେଇ ନେଇ ଯାଉଥିବା ବେଳେ କେତେକ ପୋଲିସ ହାବୁଡ଼ରେ ପଡି ଗିରଫ ହୋଇ ଜେଲଯାଇଥିବା ଜଣା ପଡିଛି ଆଜି ବେଆଇନ ଗଞ୍ଜେଇ ଚାଷକୁ ଆସ୍କା ଏସଡିପିଓ ଉମାଶଙ୍କର ସିଂ ଙ୍କ ନେତୃତ୍ୱ ରେ ପାଟପୁର ଥାନା ଅଧିକାରୀ ସବ୍ୟସାଚ୍ଚି ମଲ୍ଲ, ଶେରଗଡ଼ ଥାନା ଅଧିକାରୀ ମନୋଜ କୁମାର ପ୍ରଧାନ, ସୋରଡ଼ା ଥାନା ଅଧିକାରୀ ରମେଶ କୁମାର ପ୍ରଧାନ, ଧାରାକୋଟ ଥାନା ଅଧିକାରୀ ଶ୍ରୀମତୀ ମମତା ସାମନ୍ତରାୟ ଓ ସାନଖେମୁଣ୍ଡି ତହସିଲଦାର ଡ଼ଃ ଶ୍ରୀନିବାସ ବେହେରାଙ୍କ ସମେତ ୨ ଟି ପ୍ଲାଟୁନ ପୋଲିସ ଫୋର୍ସ ମିଳିତ ଭାବେ ଅଚାନକ ଟି ଗୋବିନ୍ଦପୁର ଓ ଘୋଡମ୍ବା ଗ୍ରାମ ଅଞ୍ଚଳର ଘଞ୍ଚ ଜଙ୍ଗଲ ପାହାଡ଼ ଘେରା ଇଲାକାରେ ହୋଇଥିବା ବେ ଆଇନ ଗଞ୍ଜେଇ ଚାଷକୁ ନଷ୍ଟ କରିଥିବା ଦେଖିବାକୁ ମିଳିଛି । ଚଡାଉ କରି ପ୍ରାୟ ୬୦ ଏକରରୁ ଅଧିକ ଲାଗିଥିବା ଗଞ୍ଜେଇ ଗଛ ନଷ୍ଟ କରିଥିବା ବେଳେ ଏହାର ପ୍ରାୟ ୬୦ ହଜାର ଗଞ୍ଜେଇ ନଷ୍ଟ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୬ କୋଟି ଟଙ୍କା ହେବ ବୋଲି ଜଣାପଡିଛି । ପାଟପୁର ଥାନଧିକାରୀ ସବ୍ୟାସାଚି ମଲ୍ଲ ସୂଚନା ଦେଇଛନ୍ତି