You are currently viewing ଓଏସଆରଟିସି ବସ୍ ରୁ ଅବକାରୀ ବିଭାଗ ଜବତ କଲା ଟଙ୍କା, ଜଣେ ଅଟକ।
ଓଏସଆରଟିସି ବସ୍ ରୁ ଅବକାରୀ ବିଭାଗ ଜବତ କଲା ଟଙ୍କା, ଜଣେ ଅଟକ।

ଗଞ୍ଜେଇ ଚୋରାଚାଲାଣ ଯାଞ୍ଚ ବେଳେ ମିଳିଲା ୧୮ଲକ୍ଷ।

ବ୍ରହ୍ମପୁର,୯/୦୨: ବ୍ରହ୍ମପୁର ସହର ମଧ୍ୟ ଦେଇ ଭାରତର ବିଭିନ୍ନ ପ୍ରାନ୍ତକୁ ଗଞ୍ଜେଇ ଚୋରା ଚାଲାଣ ହେଇଥିବା ବେଳେ ଆଜି ଏକ ଭିନ୍ନ ଘଟଣା ଦେଖିବାକୁ ମିଳିଛି। ଅବକାରୀ କମିଶନରଙ୍କ ନିର୍ଦ୍ଦେଶକ କ୍ରମେ ଫେବୃୟାରୀ ୩ ରୁ ୯ ତାରିଖ ପଯ୍ୟନ୍ତ ଏନଡିପିଏସ ସ୍ପେଶିଆଲ ଡ୍ରାଇଭ୍ ଚାଲିଥିବା ବେଳେ ଆଜି ମଧ୍ୟାହ୍ନ ସମୟରେ ଲାଞ୍ଜିପଲ୍ଲୀ ବାଇପାସ୍ କଡ଼ରେ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ଏକ ଟିମ ବିଭିନ୍ନ ମାଲଗାଡି ,ଯାତ୍ରୀବାହି ବସ୍ ଯାଞ୍ଚ କରୁଥିବା ସମୟରେ ବ୍ରହ୍ମପୁର ରୁ କଟକ ଯାଉଥିବା ଓଏସଆରଟିସି ବସ ରେ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ବ୍ୟଗାକୁ ଗଞ୍ଜେଇ ଥିବା ସନ୍ଦେହ ରେ ଯାଞ୍ଚ କରାଯିବା ବେଳେ ପ୍ୟାକେଟ ପ୍ୟାକେଟ ହୋଇ ଟଙ୍କା ଭର୍ତ୍ତି ବ୍ୟାଗ ଅବକାରୀ କର୍ମଚରୀମାନେ କାବୁ କରିଥିଲେ। ସେଥିରୁ ଅଠର ଲକ୍ଷ ଟଙ୍କା ବାହାରି ଥିଲା। ବ୍ୟକ୍ତି ଜଣକ ହେଉଛନ୍ତି ଯାଜପୁର ଜିଲ୍ଲା କୁଆଖିଆ ଅଞ୍ଚଳ ର ସଞ୍ଜୟ ସାହୁ। ବ୍ୟାଗ ରୁ ଟଙ୍କା ମିଳିବା ପରେ ସେ ଜଣେ ଚିନାବାଦାମ ବ୍ୟବସାୟୀ ବୋଲି ନିଜ ପରିଚୟ ଦେଇଥିବା ବେଳେ ଅବକାରୀ ବିଭାଗ ପ୍ରତିକ୍ରିୟା ରେ ସନ୍ତୁଷ୍ଟହୋଇ ପାରିନଥିଲା। ଅବକାରୀ ଗୁଇନ୍ଦା ବିଭାଗ ଇନ୍ସପେକ୍ଟର ହୃଦୟ ଚନ୍ଦ୍ର ସାମନ୍ତ ଉପରିସ୍ଥ ଅଧିକାରୀ ଦକ୍ଷିଣାଞ୍ଚଳ ଅବକାରୀ ଡେପୁଟୀ କମିଶନର ଡମ୍ବୁରୁଧର ଖଣ୍ଡା ଙ୍କୁ ଘଟଣା ସଂପର୍କ ରେ ଅବଗତ କରିଥିଲେ। ପରେ ଟଙ୍କା ଜବତ କରାଯିବା ସହ ଏହି ରାକେଟ ରେ ଆଉ କିଏ ସଂପୃକ୍ତ ଅଛନ୍ତି ତାହାରି ଉପରେ ଉଚ୍ଚସ୍ତରୀୟ ତଦନ୍ତ କରାଯିବ , ଜବତ ଟଙ୍କା ଜିଏସଟି କୁ ହସ୍ତାନ୍ତର କରାଯାଇଛି ବୋଲି ଦକ୍ଷିଣାଞ୍ଚଳ ଡେପୁଟି କମିଶନର ପ୍ରତିକ୍ରିୟା ରଖିଛନ୍ତି।