You are currently viewing ୨୦ ଲକ୍ଷ ଟଙ୍କାର ଦେଶୀମଦ ଜବତ, ମହିଳା ଗିରଫ
୨୦ ଲକ୍ଷ ଟଙ୍କାର ଦେଶୀମଦ ଜବତ, ମହିଳା ଗିରଫ

ବାଲୁଗାଁ, ୧୫।୧୨ ୧୪୧୨ (ସଂଗ୍ରାମ ରଣା)

ବାଲୁଗାଁ ଅବକାରୀ ବିଭାଗ ଗ ରବିବାର ବାଣପୁର ଅଧୀନ ଆଦିବାସୀ ମାଳ ଅଞ୍ଚଳରେ ଚଢ଼ାଉ କରି ୨୦ ଲକ୍ଷରୁ ଊର୍ଦ୍ଧ ଟଙ୍କାର ଦେଶୀ ମହୁଲି ମଦ ଓ ପୋଚ ଜବତ କରିବା ସହ ଜଣେ ମହିଳା ବ୍ୟବସାୟୀଙ୍କୁ ଗିରଫ କରିଛି | ସେ ହେଲେ କଟୁଆଳ ଗ୍ରାମର ଡୋମି ଶବର (୪୮)। ତେବେ ଚଢ଼ାଉ ବେଳେ ଆଉ ୪ ମଦ ପ୍ରସ୍ତୁତକାରୀ ଖସି ପଳାଇଛନ୍ତି। ଅବକାରୀ ବିଭାଗ ପକ୍ଷରୁ ଏନେଇ ପୃଥକ୍ ଭାବେ ୫ଟି ମାମଲା (ନଂ.୨୨୮, ୨୨୯, ୨୩୦ ୨୩୧, ୨୩୨/ ୨୫) ରୁଜୁ କରାଯାଇଛି । ପ୍ରକାଶ ଯେ, ନୂତନ ବର୍ଷ ଉପଲକ୍ଷେ ବାଣପୁର ଆଦିବାସୀ ଅଧୁଷିତ କଟୁଆଳ ଗ୍ରାମ ନିକଟ ଜଙ୍ଗଲରେ ଦେଶୀ ମଦ ପ୍ରସ୍ତୁତ ହେଉଥିବା ଖବର ପାଇ ବାଲୁଗାଁ ଅବକାରୀ ଅଧିକାରୀ ସୁଜିତ କୁମାର ମୁଦୁଲି ରବିବାର ସଦଳବଳ ଉକ୍ତ ଅଞ୍ଚଳରେ ଚଢ଼ାଉ କରିଥିଲେ। ତେବେ ଚଢ଼ାଉ ପୂର୍ବରୁ ସମ୍ପୃକ୍ତ ମଦ ପ୍ରସ୍ତୁତକାରୀମାନେ ଖସି ପଳାଇଥିବା ବେଳେ ଜଣେ ମହିଳା ଧରାପଡ଼ିଥିଲେ। ଅବକାରୀ ଟିମ ଉକ୍ତ ଅଞ୍ଚଳରୁ ୨୧ହଜାର କେଜିର ମହୁଲ ପୋଚ ସମେତ ୪୭୬୦ ଲିଟର ହାତରନ୍ଧା ଦେଶୀ ମହୁଲି ମଦ ଜବତ କରିଥିଲେ। ଜବତ ମଦର ମୂଲ୍ୟ ୨୦ଲକ୍ଷ ଟଙ୍କା ହେବ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏହି ଚଢ଼ାଉରେ ଖୋର୍ଦ୍ଧା ମୋବାଇଲ ଟିମ୍ ଅଲ୍‌କାରୀ ସୁଜିତ କୁମାର ନାଗ, ଟାଙ୍ଗୀ ଅବକାରୀ ଅଧିକାରୀ ରମେଶ ଚନ୍ଦ୍ର ବାରିକ, ବାଣପୁର ଥାନା ପୋଲିସ ସମେତ ଏଏସ୍‌ଆଇ ମୀନକେତ ତନ ମହାଳିକ, ଶମ୍ଭୁନାଥ ପାତ୍ର, ସଞ୍ଜୟ ରାଉତ, କନଷ୍ଟେବଳ ଅନିଲ କୁମାର ପ୍ରଧାନ, ଅଶେଷ କୁମାର ପ୍ରଧାନ, ମନୋଜ ଜୟସିଂହ, ରଞ୍ଜିତ ପଟେଲ, ସୁନିତା ମହାରଣା, ସସ୍ମିତା ସେଠୀ ପ୍ରମୁଖ ସାମିଲ ହୋଇଥିଲେ।