You are currently viewing ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବୁଗୁଡ଼ା ଏନଏସି ଯନ୍ତ୍ରୀଙ୍କୁ ଗିରଫ କଲା ବ୍ରହ୍ମପୁର ଭିଜିଲାନ୍ସ
୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବୁଗୁଡ଼ା ଏନଏସି ଯନ୍ତ୍ରୀଙ୍କୁ ଗିରଫ କଲା ବ୍ରହ୍ମପୁର ଭିଜିଲାନ୍ସ

ବ୍ରହ୍ମପୁର ଭିଜିଲାନ୍ସ ଟିମ୍ ପକ୍ଷରୁ ଗୁରୁବାର ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଏନଏସି କାର୍ଯ୍ୟାଳୟ ଠାରେ ଚଢାଉ କରାଯାଇ ଜଣେ ମହିଳା ଯନ୍ତ୍ରୀଙ୍କୁ ଲାଞ୍ଚ ନେଉଥିବା ବେଳେ ଗିରଫ କରାଯାଇଛି। ମହିଳା ଯନ୍ତ୍ରୀ ଜଣକ ହେଲେ ସାଗରିକା ମହାନ୍ତି। ଗୁରୁବାର ସେ ଏକ କୋଠା ନିର୍ମାଣ କାର୍ଯ୍ୟ ପାଇଁ ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଲାଞ୍ଚ ଟକାଂ ଜବତ କରାଯିବା ସହ ଯନ୍ତ୍ରୀଙ୍କ ୨ ଗୋଟି ସ୍ଥାନରେ ଏକକାଳୀନ ଚଢାଉ କରି ଅଧିକ ତଦନ୍ତ ଜାରି ରଖିଛି ଭିଜିଲାନ୍ସ। ଏନେଇ ଏକ ମାମଲା ୨୧/୨୦୨୩ ରେ ରୁଜୁ ହୋଇଥିବା ବେଳେ ଅଧିକ ଛାନଭିନ୍ ଜାରି ରହିଛି।
ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।