ଆଜି ରାତ୍ର 9ଘଣ୍ଟ ବେକେ ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ବଡଖରିଡା ଗ୍ରାମ ର ବଣ୍ଟି ବାରିକ 26ବର୍ଷ ପିତା କୃଷ୍ଣ ବାରିକ ନିଜ ଗାଁ ବଡ଼ ଖରିଡ଼ା ରେ ଚାଲୁଥିବା ପ୍ରଭୁ କାଳେଶ୍ଵର ମହାଦେବ ଙ୍କ ଘୃତ ଯଜ୍ଞ ଦେଖିବାକୁ ଯାଇଥିଲା ବେଳେ ମନ୍ଦିର ନିକଟରେ ଭିଡ଼ ଭିତରେ ତାଙ୍କୁ ଖଣ୍ଡାରେ ସଙ୍ଘବଦ୍ଧ ଭାବେ ଆକ୍ରମଣ କରାଯାଇଛି | ଏଂବ ଅପରାଧୀ ମାନେ ସେହି ସ୍ଥାନରୁ ଫେରାର ହୋଇ ଯାଇଛନ୍ତି | ତେବେ ସ୍ଥାନୀୟ ସରପଞ୍ଚ ଙ୍କ ପୁତ୍ର ରମେଶ ଦଳେଇ ଓ ଅନ୍ୟମାନେ ସଙ୍ଗେ ସଙ୍ଗେ ବଣ୍ଟିଙ୍କୁ ପୁରୁଷୋତ୍ତମପୁର ମେଡିକାଲ କୁ ନେଇ ଚିକିଛା କରିଥିଲେ କିନ୍ତୁ ସେଠାରେ ବଣ୍ଟିଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ 108 ଅସମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ମେଡିକାଲ କୁ ନିଆ ଯାଇଛି | ତାଙ୍କର ବେକ ଓ ମୁଣ୍ଡରେ ଗଭୀର ଆଘାତ ହୋଇଛି | ତେବେ ଏହା ପୁର୍ବ ଶତ୍ରୁତା କୁ ନେଇ ହୋଇ ଥିବାର ଜଣା ପଡିଛି | ପୁରୁଷୋତ୍ତମପୁର ଥାନାରେ ଏନେଇ ଏଫଆର ହୋଇଛି ଓ ପୋଲିସ ଥାନା ଅଧିକାରୀ ବିପିନ ବିହାରୀ ହୋତା ଏବଂ ଅନ୍ୟ ଷ୍ଟାଫ ବଡ଼ ଖରିଡ଼ା ଯଜ୍ଞ ସ୍ଥାନକୁ ଯାଇ ତଦନ୍ତ ଜାରି ରଖିଛି |
ରିପୋର୍ଟ ପ୍ରସନ୍ନ କୁମାର ଦାସ
