You are currently viewing ଗଞ୍ଜାମ ରେ ପୁଣି ଗଡ଼ିଲା ଦୁଇ ମୁଣ୍ଡ, ଭାଲିଆ ଜଙ୍ଗଲ ସଫା କରିବା କୁ ନେଇ ଦାଦା ଓ ଭାଉଜ କୁ ହାଣିଲା ପୁତୁରା |
ଗଞ୍ଜାମ ରେ ପୁଣି ଗଡ଼ିଲା ଦୁଇ ମୁଣ୍ଡ, ଭାଲିଆ ଜଙ୍ଗଲ ସଫା କରିବା କୁ ନେଇ ଦାଦା ଓ ଭାଉଜ କୁ ହାଣିଲା ପୁତୁରା |

ଖଲ୍ଲିକୋଟ :19/1 ଶୁକ୍ରବାର ଦିନ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଡ଼ିମିରିଆ ପଂଚାୟତ ର ସାକିରି ଗ୍ରାମରେ କାଜୁ ଜଙ୍ଗଲ ସୀମା ନିର୍ଧାରଣ କୁ କେନ୍ଦ୍ର କରି କାଜୁ ଜଙ୍ଗଲ ରେ ଦାଦା ଓ ଭାଉଜ କୁ ଅତ୍ୟନ୍ତ ନୃଶଂସ ଭାବେ କତୁରୀ ରେ ହାଣି ହତ୍ୟା କରିଥିବା ଏକ ଚ|ଞ୍ଚଲ୍ୟ କର ଖବର ହସ୍ତଗତ ହୋଇଛି |ମିଳିଥିବା ସୂଚନା ଅନୁଯାଇ ଶୁକ୍ରବାର ଦିନ ସାକିରି ନିକଟବର୍ତ୍ତୀ ଦୁର୍ଗାଦେବୀ ମନ୍ଦିର ନିକଟରେ ଥିବା କାଜୁ ଜଙ୍ଗଲ ରେ ସାକିରି ଗ୍ରାମର ଶିବ ଡାକୁଆ ( 60 ) ଓ ତାଙ୍କ ବହୁ ଜୟନ୍ତୀ ଡାକୁଆ (40 ) ଆଗାମୀ କାଜୁ ଫସଲ ପୂର୍ବରୁ ଜଙ୍ଗଲ ସଫା କରୁଥିଲେ | ସେହି ଜଙ୍ଗଲ ନିକଟରେ ପୁତୁରା ଡାକ୍ତର ଡାକୁଆ ପହଂଚିବା ପରେ ସେଠାରେ ପ୍ରବଳ ବଚସା ଓ ପାଟିତୁଣ୍ଡ ହୋଇଥିଲା |ଭାଉଜ ଓ ଦାଦା ଙ୍କ ଗାଳି ରେ ଉତେଜିତ ହୋଇ ପୁତୁରା ଧାରଥିବା ଧାରୁଆ କତୁରୀ ରେ ପ୍ରଥମେ ଭାଉଜଙ୍କ ମୁଣ୍ଡ ଓ ଓ ହାତ କୁ ଅମାନୁଷିକ ଭାବେ ହତ୍ୟା କରିଥିବା ବେଳେ ଦାଦା ଶିବ ଡାକୁଆ ବୋହୁ ର ଚିତ୍କାର ଶୁଣି ରକ୍ଷା କରିବାକୁ ଗଲାବେଳେ କାଜୁ ଜଙ୍ଗଲ ନିକଟବର୍ତ୍ତୀ ରାସ୍ତା ରେ ଗୋଡ଼ାଇ ଗୋଡ଼ାଇ ହାଣି ପକାଇ ଥିଲା ଫଳରେ ପୁତୁରା ର କତୁରୀ ଚୋଟ ଉଭୟ ଭାଉଜ ଓ ଦାଦା ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘଟନସ୍ଥଳରେ ହିଁ ଟଳି ପଡ଼ିଥିଲେ |ଘଟଣା ସମ୍ପର୍କରେ ପୋଲିସ ଖବର ପାଇବା ପରେ ଘଟଣା ସ୍ଥଳରେ ପହଂଚି ହତ୍ୟାକାରୀ ପୁତୁରା କୁ ଆୟତ୍ତ କରିବା ପାଇଁ କିଛି ସମୟ ଧରି କସରତ କରିବାକୁ ପଡିଥିଲା |ତେବେ କୌଶଳ କ୍ରମେ ଆସାମୀ କୁ କାବୁ କରି ତା ହାତରୁ କତୁରୀ କୁ ଆୟତ୍ତ କରିବା ସହ ଥାନା କୁ ନେଇ ଅଟକ ରଖିଥିବା ଜଣାପଡିଛି |ତେବେ ଶବ କୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ପାଇଁ ଖଲ୍ଲିକୋଟ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ର ଶବ ଗୃହ ରେ ତଦନ୍ତ ଚଲାଇଥିବା ପ୍ରକାଶ |ଗତ 2023 ମସିହା ରେ ଗଞ୍ଜାମ 123 ମୁଣ୍ଡ ଗାଡ଼ିଥିବା ବେଳେ 2024 ରେ ଖଲ୍ଲିକୋଟ ରେ ପୁଣି ଦୁଇଟି ମୁଣ୍ଡ ଗଡ଼ିବା ଘଟଣା ସାଧାରଣ ରେ ଖୁବ ଆଲୋଚନା ହେଉଛି |
(ରିପୋର୍ଟ -ମାଧବ ବେହେରା ଖଲ୍ଲିକୋଟ, ଗଞ୍ଜାମ )