You are currently viewing ଦୁଇ ଚୋରା କୋଇଲା ବୋଝେଇ ଟ୍ରକ ଜବତ
ଦୁଇ ଚୋରା କୋଇଲା ବୋଝେଇ ଟ୍ରକ ଜବତ

ତାଳଚେର ତା୧୯/୧ ଆଜି ସକାଳ ଭୋର୍ ୫ଘଂଟିକା ସମୟରେ ଟାଉନ ଥାନା ଅନ୍ତର୍ଗତ ଭୂବନେଶ୍ୱର କୋଇଲା ଖଣିର ୧୬ନମ୍ବର ଟ୍ରକରୁ ଏକ ଲୋର୍ଡ଼ା ସାହାଯ୍ୟରେ ଦୁଇଟି ଟ୍ରକ ନମ୍ବର ଓଡ଼ି ୧୯କ୍ୟୁ ୨୫୪୫ ଏବଂ ଓଡ଼ି ୨୧ଏଫ ୬୧୮୯ରେ ବେଆଇନ ଭାବେ କୋଇଲା ବୋଝେଇ କରୁଥିବା ବେଳେ କୌଣସି ସୂତ୍ରରୁ ଓଆଇଏସଏଫ ପାଟ୍ରୋଲିଙ୍ଗ ଟିମ୍ ଖବର ପାଇ ଘଟଣା ସ୍ଥଳରେ ପଂହଚି ଉକ୍ତ ଦୁଇଟି ଚୋରା କୋଇଲା ବୋଝଇ ଟ୍ରକକୁ ଜବତ କରିଥିଲେ ଓ ଅନ୍ୟ ଦୁଇଟି ଟ୍ରକ ଘଟଣା ସ୍ଥଳରୁ ଫେରାର ହୋଇଥିବା କୁହାଯାଉଛି । ତେବେ ଉକ୍ତ ଗାଡ଼ିର ଚାଳକ ଏହା ଜାଣିବାପରେ ଆଖି ପିଛୁଳାକେ କୌଶଳକ୍ରମେ ସେଠାରୁ ଦୌଡ଼ି ପଳାଯାଇଥିଲେ ବୋଲି ଓଆଇଏସଏଫ ଟିମ ପକ୍ଷରୁ ଜଣାପଡ଼ିଛି ।