ବାଲୁଗାଁ (ଖୋର୍ଦ୍ଧା): ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ଥାନା ଚିଲିକା ଜେଟି ଓ ବାଲୁଗାଁ କଲେଜ ନିକଟରେ ବାଲୁଗାଁ ପୋଲିସର ବଡ ଧରଣର ଚଢାଉ.ଖୋର୍ଦ୍ଧା ଏସପି ଶ୍ରୀ ପରମାର ସ୍ମିତ ପର୍ଶୋତ୍ତମଦାସ, ଆଇପିଏସଙ୍କ ନିର୍ଦ୍ଦେଶ ଓ ବାଲୁଗାଁ ଏସଡିପିଓ ଶ୍ରୀ ସଞ୍ଜୟ କୁମାର ପଟ୍ଟନାୟକ, ଆଇଆଇସି ଶ୍ରଦ୍ଧା ନାୟକଙ୍କ ନେତୃତ୍ୱରେ ଆଜି ଏହି ଚଢାଉ କରାଯାଇଥିଲା.
ବିଶ୍ୱସ୍ତ ସୂତ୍ରୁରୁ ଖବର ପାଇ ଏସଆଇ ରସ୍ନା ସାହୁଙ୍କ ନେତୃତ୍ୱରେ ପୋଲିସ ଟିମ୍ NDPS ଆଇନର ସମସ୍ତ ନିୟମ ପାଳନ କରି ଘଟଣାସ୍ଥଳରେ ଚଢାଉ କରିଥିଲା.ଏହି ସମୟରେ ଦୁଇ ସନ୍ଦିଗ୍ଧ ଯୁବକ ପୋଲିସକୁ ଦେଖି ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ସେମାନଙ୍କୁ କାବୁ କରିଥିଲା.
ଏକ୍ଜିକ୍ୟୁଟିଭ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଯାଞ୍ଚ କରିବାରୁ ଅଭିଯୁକ୍ତ ବଳଭଦ୍ର ପରିଡା ଓରଫ ଟିଟୁ ଓରଫ ସୁନୁ (୨୧) ନିକଟରୁ ୩୦.୦୪ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି. ଏଥିସହ ତା ନିକଟରୁ ଗୋଟିଏ ମୋବାଇଲ ଓ ଅନ୍ୟ ଅଭିଯୁକ୍ତ ବାବୁ ଦାସ ଓରଫ ଅଗଧୁ (୨୪) ନିକଟରୁ ଗୋଟିଏ ଲାଭା ମୋବାଇଲ ଓ ସୁଜୁକି ଆକ୍ସେସ ସ୍କୁଟି ନଂ OD 02 CU 8753 ଜବତ କରାଯାଇଛି.ଏ ନେଇ ବାଲୁଗାଁ ଥାନାରେ ୩୭୭/୨୫.୦୮.୨୦୨୬ ନମ୍ବରରେ NDPS ଆଇନ ଧାରା 20(b)(II)(B) ରେ ମାମଲା ରୁଜୁ ହୋଇଛି. ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି.ଏହି ନିଶା କାରବାର ପଛରେ ଆଉ କିଏ ଅଛନ୍ତି ତାର ତଦନ୍ତ ପୋଲିସ୍ ଜାରି ରଖିଛି.
