କୋଦଳା , ୧୯/୧୧ – ( କୃଷ୍ଣଚନ୍ଦ୍ର ପଲାଇ ) -:- ଗଞ୍ଜାମ କୋଦଳା ପୋଲିସ ଜଣେ କୁଖ୍ୟାତ ସୁନା ଅଳଙ୍କାର ଠକେଇକୁ ଗିରଫ କରିଛି। ଲୋନ୍ କରାଇଦେବି କହି ଠକାମି କରି ନୀରିହ ଲୋକଙ୍କୁ ଚୂନ ଲଗାଉଥିଲା ଏହି ଅଭିଯୁକ୍ତ।ଏଥିପାଇଁ ସେ ବିଭିନ୍ନ ପ୍ରକାରର ଫର୍ମୁଲା ଆପଣାଉଥିଲା।
ଲୋନ୍ ଅର୍ଥ ରାଶି କରାଇଦେବା ନାମରେ ଗରିବ ନିରୀହ ଲୋକଙ୍କ ଠାରୁ ପ୍ରଥମେ ଅଗ୍ରିମ ଟକାଂ ନେଇ ଚମ୍ପଟ ମାରୁଥିଲା। ଯାହାର ଟକାଂ ନଥିବ ସୁନା ବ୍ଯାକଂ ରେ ବନ୍ଧକ ରଖିବ ବୋଲି କହି ଲୋକଙ୍କୁ ବ୍ଯାକଂ କୁ ନେଉଥିଲା। ଆଉ ସେଠାରୁ କୌଶଳ କ୍ରମେ ସୁନା ନେଇ ଚମ୍ପଟ ମାରୁଥିଲା ଏହି ଠକ ବ୍ଯକ୍ତି ଜଣକ। ଅଭିଯୁକ୍ତ ଗିରଫ ବ୍ଯକ୍ତିର ନାମ ଜ୍ଞାନ ରଞ୍ଜନ ଦାସ ଏବଂ ବୟସ ୫୪ ବର୍ଷ ହୋଇଥିବା ବେଳେ ଘର ପୁରୀ ଜିଲ୍ଲା ଗୋପାଳପୁର ବୋଲି ଜଣାପଡିଛି। ଅଭିଯୁକ୍ତ ନାମରେ ଗଞ୍ଜାମ ଜିଲ୍ଲାର ଛତ୍ରପୁର, ପୋଲସରା ଓ କୋଦଳା ଥାନାରେ ୮ ଟି ମାମଲା ରହିଛି।ଅଭିଯୁକ୍ତଙ୍କ ଠାରୁ ପ୍ରାୟ ୨୦ ଲକ୍ଷ ଟଙ୍କାର ବିଭିନ୍ନ ପ୍ରକାରର ସୁନା ଓ ରୂପା ଅଳଙ୍କାର ସହିତ ନଗଦ ୪୪୦୦ ଟଙ୍କା ଜବତ ହୋଇଥିବା ନେଇ ଆଜି କୋଦଳା ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସଡିପିଓ ରଜନୀକାନ୍ତ ସାମଲ ।ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

