ବାଲିଗୁଡା, ତା, ୧୩/୦୮: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ଅଞ୍ଚଳର ଏକ ୧୫ ବର୍ଷର ନାବାଳିକାକୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ସହ ୧ ମାସର ଗର୍ଭବତୀ ପରେ ପ୍ରତାରଣା କରିବାରୁ ମଙ୍ଗଳବାର ଯୁବକକୁ ଜେଲ ହାଜତକୁ ପଠାଯାଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଜି.ଉଦୟଗିରି ଥାନା ଅନ୍ତର୍ଗତ କିରାମାହା ଗ୍ରାମର ସୂର୍ଯ୍ୟ କାନ୍ତି ପ୍ରଧାନଙ୍କ ପୁଅ ପିଙ୍କୁ ଓରଫ ପରାଗ ପ୍ରଧାନ (୧୯) ଉକ୍ତ ନାବାଳିକା ଝିଅକୁ ସେଠାରେ ଦେଖି ପ୍ରେମ ଜାଲରେ ଫସାଇ ବିବାହ କରିବି କହି ଶାରୀରିକ ସମ୍ପର୍କ ରଖୁଥିଲା କିନ୍ତୁ ପରେ ମନା କରିଥିବାରୁ ଝିଅ ଘର ପରିବାର ପକ୍ଷରୁ କ.ନୂଆଗାଁ ଥାନାରେ ଏତଲା ଦେଇଥିଲେ। ଏତଲା କୁ ଭିର୍ତ୍ତି କରି ତଦନ୍ତ କାରୀ ଅଧିକାରୀ ଦମୟନ୍ତୀ ବେହେରା ତଦନ୍ତ ଭାର ଗ୍ରହଣ କରି ଏ ସଂକ୍ରାନ୍ତରେ ଧାରା ୬୪ (୨) (ଏମ)/୬୫(୧) ବିଏନଏସ ଏବଂ ଆରଡବ୍ଲୁଏସ ୬ ପୋକ୍ସ ଆକ୍ଟରେ ଥାନା କେସ ନଂ.୧୨୮/୨୫ ରେ ଏକ ମାମଲା ରୁଜୁ କରି ଆସାମୀ ପିଙ୍କୁକୁ କିରାମାହା ଗ୍ରାମରୁ ଗିରଫ କରିବା ସହିତ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଅଶୋକ କୁମାର ହାଁସଦଃ ପ୍ରକାଶ କରିଛନ୍ତି।

ନାବାଳିକାକୁ ଗର୍ଭବତୀ କରି ଯୁବକ ଗିରଫ
- Post author:Prafulla Sabat
- Post published:August 12, 2025
You Might Also Like

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ଛୁଆ ସହ ୫ ମୃତ, ୨୦ ଗୁରୁତର

ମିଶନ ଶକ୍ତି ଯୋଜନାରେ ବ୍ୟବସାୟ ଆଳରେ ୬ କୋଟି ଠକେଇ ମାମଲା, ଅଭିଯୁକ୍ତ ଗିରଫ

ମାଓବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ: ଉଭୟଙ୍କ ମଧ୍ୟରେ ଗୁଳିବିନିମୟ : ସର୍ଚ୍ଚ ଅପରେସନ ଜୋରଦାର

ଦଳିତ ମହିଳା ମାନଙ୍କ ଉପରେ ଆକ୍ରମଣ, ଭୟରେ କୁଶଢିପ ହରିଜନ ସାହି ବାସିନ୍ଦା ।

ପୁରୁଷୋତ୍ତମପୁର ଯେଇ ଭିଜିଲାନ୍ସ ଟ୍ରାପ ରେ ପଡିବା ପରେ ସମସ୍ତ ଙ୍କ ମନରେ କୋକେୟା ଭୟ ଲାଗି ରହିଛି |

ରକ୍ତାକ୍ତ ଯୁବକଙ୍କ ମୃତଦେହ ଉଦ୍ଧାର କଲା ପୋଲିସ : ହତ୍ୟା ନା ଆତ୍ମହତ୍ୟା ସନ୍ଦେହ ଘେରରେ

ପୋଲିସ ଓ ଅବକାରୀ ବିଭାଗର ମିଳିତ ଉଦ୍ୟମ ରେ ୫୦ ଏକର ଗଞ୍ଜେଇ ଚାଷ ନଷ୍ଟ

ବାଲୁଗାଁ ରେଳ ଷ୍ଟେସନରୁ ଲକ୍ଷାଧିକ ମୂଲ୍ୟର ଗଞ୍ଜେଇ ଜବତ: ଅଭିଯୁକ୍ତ ଗିରଫ.

ରେଡି ସଂଘ ବୈଠକରେ ଗାଳି ଗୁଲଜ ସହ ଧମକ ହୋଇଥିବା ନେଇ ଥାନାରେ ମାମଲା ରୁଜୁ

ବାଘ ଛାଲ ଜବତ ଘଟଣା : ଦେଶୀ ବନ୍ଧୁକ ସହ ଦୁଇ ଗିରଫ

ବେଗୁନିଆପଡା ଅଂଚଳର ବିଭିନ୍ନ ସ୍ଥାନରେ ଚୋରି ଅଭିଯୋଗ
