You are currently viewing ୨୦ ଏକର ଉର୍ଦ୍ଧ ଗଞ୍ଜେଇ ଚାଷ ନଷ୍ଟ କଲା ପାଟପୁର ପୋଲିସ
୨୦ ଏକର ଉର୍ଦ୍ଧ ଗଞ୍ଜେଇ ଚାଷ ନଷ୍ଟ କଲା ପାଟପୁର ପୋଲିସ

ସାନଖେମୁଣ୍ଡି ୨୫/୧୧( ରଘୁନାଥ ନାୟକ ) ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଟି ଗୋବିନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ବୁରେଇ ପାହାଡ଼ କନ୍ଧ ଜକର , ଦାମ ପୁର ଗ୍ରାମ ଅଞ୍ଚଳ ପାହାଡ଼ ଜଙ୍ଗଲ ରୁ ଆଜି ସକାଳୁ ପାଟପୁର ପୋଲିସ ପ୍ରଶାସନ ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣର ଗଞ୍ଜେଇ ଗଛ କାଟି ନିଆଁ ଲଗାଇ ପୋଡ଼ି ନଷ୍ଟ କରାଇଥିବା ଜଣାପଡ଼ିଛି।
ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ ପାତ୍ରଙ୍କ ନିର୍ଦ୍ଧେଶ କ୍ରମେ ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ଗିରିଜା ନନ୍ଦନ ପଟ୍ଟନାୟକଙ୍କ ନେତୃତ୍ୱରେପାଟପୁର ,ବେଲଗାଁ ,ବଡଗଡ ,ଶେରଗଡ଼ ଏବଂ କୋଟିଁନଡ଼ା ଥାନା ଅଧିକାରୀ ସଦଳବଳେ ୨ ପ୍ଲାଟୁନ ପୋଲିସ ସହାୟତାରେ ଗ୍ରୀନ କ୍ଲୀନ୍ ଅଛିଯାନ ଜାରି ରହିଥିଲା ।

ସାନଖେମୁଣ୍ଡି ତହସିଲଦାର ତଥା ନିର୍ବାହୀ ମାଜିଷ୍ଟ୍ରେଟ ରାମଚନ୍ଦ୍ର ପଟ୍ଟନାୟକଙ୍କ ଉପସ୍ଥିତିରେ ଦାମ ପୁର ,କନ୍ଧ ଜକର୍ ଏବଂ ବରେଇ ପାହାଡ଼ ଅଞ୍ଚଳରୁ ପୋଲିସ ବାହିନୀ ପକ୍ଷରୁ ତନାଘନା କରି ପେଟ୍ରୋଲ ଚଳିତ କଟା ଯନ୍ତ୍ର ଦ୍ବାରା ବିସ୍ତୃତ ଅଞ୍ଚଳରୁ ଗଞ୍ଜେଇ ଗଛକୁ କାଟି ସଫା କରିଦେଇଥିଲେ ପ୍ରାୟ ୨୦ ଏକର ଗଞ୍ଜେଇ ଚାଷ ଜମି ରୁ ଏହି ଅଞ୍ଚଳରୁ ୨୨ ହଜାରରୁ ଉର୍ଦ୍ଧ୍ବ ଗଞ୍ଜେଇ ଗଛ କାଟି ପଦା କରିବା ସହ ସେଗୁଡିକୁ ନିଆଁ ଲଗାଇ ପୋଡି ଦିଆଯାଇଛି ଗଞ୍ଜେଇ ଫସଲର ଆନୁମାନିକ ମୂଲ୍ୟ ୨ କୋଟି ୨୦ ଲକ୍ଷରୁ ଅଧିକ ହେବା ନେଇ ଆସିକା ଏସ ଡି ପିଓ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି ।

.

ଯୁବକ ଗୋଷ୍ଠି ମାନେ ସରକାରଙ୍କ ଯୋଜନାରେ ସାମିଲ ହେବାକୁ ପରାମର୍ଶ ଦେଇଛନ୍ତି ଜିଲା ପୋଲିସ ପକ୍ଷରୁ ଏହି ଗଞ୍ଜେଇ କଟା ଅଭିଯାନରେ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ,ଶେରଗଡ଼ ଥାନା ଅଧିକାରୀ ନରେନ୍ଦ୍ର ଶିଆଳ , ବଡଗଡ ଥାନା ଅଧିକାରୀ ସନ୍ତୋଷ କୁମାର ବେହେରା , ବେଲ ଗାଁ ,ଥାନା ଅଧିକାରୀ ସ୍ମିତାଞ୍ଜଳୀ ପ୍ରଧାନ,ଏବଂ କୋଟିଁନଡ଼ା ଥାନା ଅଧିକାରୀ କୃଷ୍ଣଚନ୍ଦ୍ର ସାହା ସଦଳବଳେ ଉପସ୍ଥିତ ରହି ଗଞ୍ଜେଇ କଟା ହୋଇଥିଲା

ସାନଖେମୁଣ୍ଡି ରୁ ରଘୁନାଥ ନାୟକ ଙ୍କ ରିପୋର୍ଟ ଆଇ ଜେବି ନିୟୁଜ