You are currently viewing ଚାକିରୀ ଦେବ କହି ଲକ୍ଷାଧିକ ଟଙ୍କା ଟଙ୍କା ଠକି ନେଲା ଦୁର୍ବୁର୍ତ୍ତ<br>ଆସାମୀ ଢେଙ୍କାନାଳରୁ ଗିରଫ ଓ କୋର୍ଟଚାଲାଣ।
ଚାକିରୀ ଦେବ କହି ଲକ୍ଷାଧିକ ଟଙ୍କା ଟଙ୍କା ଠକି ନେଲା ଦୁର୍ବୁର୍ତ୍ତ
ଆସାମୀ ଢେଙ୍କାନାଳରୁ ଗିରଫ ଓ କୋର୍ଟଚାଲାଣ।

କୋଦଳା, ପ୍ରଥମେ ବନ୍ଧୁତା, ତାପରେ ଚାକିରୀ ଦେବାର ମିଥ୍ୟା ପ୍ରତିଶୃତି ଏବଂ ତାପରେ ଲକ୍ଷାଧିକ ଟଙ୍କା ହଡପ | ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ କଞ୍ଚଣା ଗ୍ରାମର ଗୋପୀନାଥ ସାହୁଙ୍କ କ୍ଷେତ୍ରରେ | ସୂଚନା ଅନୁଯାୟୀ କଞ୍ଚଣା ଗ୍ରାମର ସ୍ବର୍ଗତ ସୁଦର୍ଶନ ସାହୁ ଙ୍କ ପୁଅ ଗୋପୀନାଥ ସାହୁ (24) ଗତ ଜୁନ 2022 ରେ ମାର୍ଚ୍ଚାଣ୍ଟ ନେଭି ରେ ଟ୍ରେନିଂ ନେବା ପାଇଁ କୋଲକାତା ଯାଇଥିଲେ | ଟ୍ରେନିଂ ସରିବା ପରେ ସେଠାରେ ଢେଙ୍କାନାଳ ଦେଉଳସାହି ର ସୁଧାଂଶୁ ମହାପାତ୍ର ସହିତ ତାଙ୍କର ଭେଟ ହୋଇଥିଲା | ସୁଧାଂଶୁ ଚାକିରୀ କରେଇଦେବ କହି ଗୋପୀନାଥ ଙ୍କ ଠାରୁ କିସ୍ତି ଅନୁସାରେ ଏକ ଲକ୍ଷ ଟଙ୍କାରୁ ଉର୍ଦ୍ଧ ନେଇସାରିଥିଲା | ସୁଧାଂଶୁ ଟଙ୍କା ପାଇବା ପରେ ଏକ ଆଫିଡେଫିଟ ଲେଟର ଗୋପୀନାଥଙ୍କ ମୋବାଇଲକୁ ପଠାଇଥିଲା | କିନ୍ତୁ ଏ ସବୁ ସନ୍ଦେହ ହେବାରୁ ଗୋପୀନାଥ ସୁଧାଂଶୁ କୁ ଟଙ୍କା ଫେରସ୍ତ ମାଗିଥିଲେ | କିନ୍ତୁ ଟଙ୍କା ଫେରାଇବା ପରିବର୍ତ୍ତେ ଆସାମୀ ଗୋପୀନାଥଙ୍କୁ ମୋବାଇଲ ଯୋଗେ ବାରମ୍ବାର ଧମକ ଚମକ ଦେଉଥିଲା | ଯାହାକୁ ନେଇ ଗୋପୀନାଥ କୋଦଳା ଥାନାରେ ଅଭିଯୋଗ କରିଥିଲେ | ପୋଲିସ କେଶ ନମ୍ବର 67/23 ରେ ମାମଲା ରୁଜୁ କରି ଆସାମୀ ସୁଧାଂଶୁ କୁ ଢେଙ୍କାନାଳରୁ ଗିରଫ କରିବାରେ ସକ୍ଷମ ହୋଇଛି | ଆସାମୀକୁ ଦଫା 420,468,471,506 ଆଇପିସି ଅନୁଯାୟୀ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି କୋଦଳା ଥାନା ଅଧିକାରୀ ଉମାକାନ୍ତ ସାହୁ |ଗଞ୍ଜାମ କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।