You are currently viewing <em>ଗୋଟିଏ ପରେ ଗୋଟିଏ ସାମ୍ନାକୁ ଆସୁଛି ରାଗିଂ ଘଟଣା</em>
ଗୋଟିଏ ପରେ ଗୋଟିଏ ସାମ୍ନାକୁ ଆସୁଛି ରାଗିଂ ଘଟଣା

ବିନାୟକ ଆର୍ଚାଯ୍ୟ ପରେ ଏବେ ଖଲ୍ଲିକୋଟ ଜୁନିୟର କଲେଜରେ ଛାତ୍ରୀଙ୍କୁ ରାଗିଂ

ଶ୍ରେଣୀଗୃହରେ ବାଣ ଫୁଟାଇବା ସିନିୟର ଛାତ୍ର‌ମାନେ ଜୁନିୟର ଛାତ୍ରୀଙ୍କୁ ହଇରାଣ କରୁଥିବା ଅଭିଯୋଗ !

ବ୍ରହ୍ମପୁର,(ଅମିତ୍ କୁମାର ସାହୁ) ୧୯/୧୧/୨୨/: ରାଗିଂ ମାନେ ସିନିୟରମାନେ ଜୁନିୟରମାନଙ୍କୁ ଗୀତ ଗାଇବା ,ଡ୍ୟାନ୍ସ କରିବା, ସିନିୟର ପୁଅ ସହ ଜୁନିୟର ଝିଅ ସେଲ୍ଫି ନେବା ଏଭଳି ଦୃଶ୍ୟ ପୂର୍ବରୁ ଦେଖିଥିଲେ କିନ୍ତୁ ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ଯେଭଳି ରାଗିଂ ହୋଇଛି ତାହା ରାଗିଂର ସବୁ ସୀମାକୁ ଟପିଯାଇଛି । ଗତଦୁଇଦିନ ତଳେ ଏହି ଘଟଣା ଲୋକ ଲୋଚନକୁ ଆସିବା ଏବେ ବିଭିନ୍ନ କଲେଜରେ ହେଉଥିବା ରାଗିଂ ଘଟଣା ଧୀରେ ଧୀରେ ସାମ୍ନାକୁ ଆସୁଛି । ଯେମିତି କି ଖଲ୍ଲିକୋଟ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ରାଗିଂ ହୋଇଥିବା ଘଟଣା ଆଜି ସାମ୍ନାକୁ ଆସିଛି । ବ୍ରହ୍ମପୁର ଖଲ୍ଲିକୋଟ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତଦୁଇ ପ୍ରଥମ ବର୍ଷର ଜଣେ ଛାତ୍ରୀଙ୍କୁ ରାଗିଂ ହୋଇଥିବା ପ୍ରିନ୍ସିପାଲଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଅଭିଯୋଗ କରିବା ପରେ ଉକ୍ତ ଛାତ୍ରୀଜଣକ ନିଜକୁ ସୁରକ୍ଷିତ ମନେ କରିନଥିଲେ । ଏପଟେ କଲେଜ କତ୍ତୃପକ୍ଷ କୌଣସି ପଦକ୍ଷେପ ନ ନେବା ଯୋଗୁଁ ଆଜି କିଛି ଛାତ୍ରୀ ପ୍ରିନ୍ସିପାଲ କାର୍ଯ୍ୟାଳୟ ନିକଟରେ ଧାରଣା ଦେବା ପରେ ଘଟଣା ସାମ୍ନାକୁ ଆସିଥିଲା । ଯୁକ୍ତ ଦୁଇ ଛାତ୍ର ଅର୍ଥାତ ସିନିୟର ଛାତ୍ର‌ମାନେ ଶ୍ରେଣୀଗୃହରେ ବାଣ ଫୁଟାଇବା ସହ ବିଶୃଙ୍ଖଳା କରିବା ନେଇ ଛାତ୍ରୀଙ୍କ ଅଭିଯୋଗ । ଅଭିଯୋଗକୁ ଖଲ୍ଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିକଟରେ ଫେରାଦ ହେଲେ କିଛିଛାତ୍ରୀ । ଅଭିଯୋଗ ପାଇବା ପରେ ଆଣ୍ଟିରାଗିଂ କମିଟିକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ କଲେଜ କର୍ତ୍ତୃପକ୍ଷ। ଦୁଇ ମାସ ପୂର୍ବରୁ କିଛି ଛାତ୍ରୀଙ୍କ ଠାରୁ ଏଭଳି ମୌଖିକ ଅଭିଯୋଗ ପାଇବା ପରେ ୬ ଜଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ୧୦ ଦିନ ପାଇଁ ୬ ଜଣ ଛାତ୍ରଙ୍କୁ କ୍ୟାମ୍ପସରୁ ନିଲମ୍ବନ କରାଯାଇଥିଲା । ଏହା ପରେ ମଧ୍ୟ କିଛି ଛାତ୍ର ବିଶୃଙ୍ଖଳା ସୃଷ୍ଟି କରୁଥିବାରୁ ସେମାନଙ୍କ ବିରୋଧରେ ପୋଲିସରେ ମଧ୍ୟ ଅଭିଯୋଗ କରିଥିଲେ କଲେଜ କର୍ତ୍ତୃପକ୍ଷ । ସେତେବେଳେ ପୁଲିସ କହିଥିଲା ଯେ ଏହା କଲେଜର ପ୍ରସଙ୍ଗ , ଛାତ୍ରମାନଙ୍କ ବିରୋଧରେ କଲେଜ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ନେବାକୁ ପୁଲିସ ସୁପାରିସ କରିଥିଲା । ପରେ କଲେଜ କର୍ତ୍ତୃପକ୍ଷ ସଂପୃକ୍ତ ୯ ଜଣ ଛାତ୍ରଙ୍କ ଅଭିଭାବଙ୍କୁ କଲେଜ ଆସିବା ପାଇଁ କୁହାଯାଇଥିଲେ ସୁଦ୍ଧା କେହି ଆସିନନଥିବା ଜଣାପଡିଛି । ତେବେ ଆଜିର ଏଭଳି ଅଭିଯୋଗ ପାଇବା ପରେ ଆଣ୍ଟି ରେଗିଂ ସେଲ ଦ୍ବାରା ତଦନ୍ତ କରାଯିବ ବୋଲି କଲେଜର ଅଧ୍ୟକ୍ଷ ଡ.ରାଧାକାନ୍ତ ନାୟକ କହିଛନ୍ତି । ଅନ୍ୟପଟେ ଶ୍ରେଣୀ ଗୃହରେ ରାଗିଂ ହେଉଥିବା ଯୋଗୁଁ କିଛିଛାତ୍ରୀ ଭୟରେ କଲେକ ଆସୁନଥିବା ଅଭିଯୋଗ ହୋଇଛି ।