କୁକୁଡାଖଣ୍ଡି : (ଇ. ରଞ୍ଜନ) ସଦରଥାନା ଅନ୍ତର୍ଗତ ରତନପୁର ପଛ ପାର୍ଶ୍ୱ ଜଗଦଳପୁର କୃପାସିନ୍ଧୁପୁର କେନାଲ ନିକଟରେ ମୂର୍ତ ଦେହ ମଙ୍ଗଳବାର ସଦର ପୁଲିସ ଜବତ କରିଥିବା ବେଳେ ମୂର୍ତ ବ୍ୟକ୍ତିଙ୍କ ପରିଚୟ ମିଳିନଥିଲା ମୂର୍ତ ଦେହ କୁ ଆମ୍ବୁଲାନ୍ସ ରେ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି l ମୂର୍ତକ ଙ୍କ ପରିବାର ପକ୍ଷରୁ ବୁଧବାର ସଦରଥାନା ପହଂଚି ମୂର୍ତ ବ୍ୟକ୍ତିଙ୍କ ଚି଼ହ୍ନଟ କରିଛନ୍ତି ପରିବାର ବର୍ଗ l ମୂର୍ତ ବ୍ୟକ୍ତି ଜଣକ ଗୋଶାଣୀନୂଆ ଗାଁ ଥାନା ଅନ୍ତର୍ଗତ ନେହୁରୁ ନଗର ୧0 ନଂ ଲାଇନ ଅଞ୍ଚଳର କିଶୋର ବେହେରାଙ୍କ ପୁଅ ଅର୍ଜୁନ ବେହେରା(୨୦) ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି l ମୂର୍ତକ ଅର୍ଜୁନ ଘରେ ବହୁ ଦିନ ଧରି ରହୁନଥିବା ସହ ନିଶାପାନ କରି ଗତିଵିଧି ଠିକ ନଥିବା କୁଆଯାଇଛି l ବାପ କିଶୋର ବେହେରା ମଧ୍ୟ କୌଣସି କାରଣ ବଶତଃ ସେ ଜେଲ ରେ ବନ୍ଧୀ ହୋଇରହିଥିବା କାରଣ ରୁ ଅର୍ଜୁନ ବେଳେ ବେଳେ ନେହୁରୁ ନଗର ତାଙ୍କ ଭାଇ ମାନଙ୍କ ଘର ଆଡେ ବୁଲି ଫେରି ଆସୁଥିବା ସୂଚନା ମିଳିଛି l ତାଙ୍କୁ କେଉଁ କାରଣ ରୁ କିଏ କାହିଁକି ହତ୍ୟା କରିଛି ତାହା ତଦନ୍ତ ଚାଲିଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି l ଏନେଇ ଥାନା ରେ ଏକ ଅପମୁର୍ତ୍ୟୁ ମାମଲା ୧୮/୨୪ ରରୁଜୁ ହୋଇ ଘଟଣା କୁ ତଦନ୍ତ ଜାରି ରଖାଯାଇ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।।
