You are currently viewing ଯାତ୍ରୀବାହୀ ବସ ରୁ ରୁପା ଚୋରି କରୁଥିବା ଆନ୍ତଃ ରାଜ୍ୟ ଡକାୟତ ଗ୍ୟାଙ୍ଗ କୁ କାବୁ କରି ଜେଲ ପଠାଇଲା ଖଲ୍ଲିକୋଟ ପୋଲିସ
ଯାତ୍ରୀବାହୀ ବସ ରୁ ରୁପା ଚୋରି କରୁଥିବା ଆନ୍ତଃ ରାଜ୍ୟ ଡକାୟତ ଗ୍ୟାଙ୍ଗ କୁ କାବୁ କରି ଜେଲ ପଠାଇଲା ଖଲ୍ଲିକୋଟ ପୋଲିସ

ଖଲ୍ଲିକୋଟ : 8/9 ଗତକାଲି ଖଲ୍ଲିକୋଟ ପୋଲିସ ଏକ ଚାରି ଜଣିଆ ଆନ୍ତଃ ରାଜ୍ୟ ରୁପା ଚୋରି ଡକାୟତ ଗ୍ୟାଙ୍ଗ କୁ କାବୁ କରି ହାଜତ ପଠାଇଥିବା ଜଣାପଡିଛି |ପୋଲିସ ସୂତ୍ର ରୁ ମିଳିଥିବା ସୂଚନା ଅନୁଯାଇ ଗତ 26/7 /24ଦିନ ଏକ ରୁପା ବେପାରୀ ବ୍ରହ୍ମପୁର ଠାରୁ 17 କେଜି ନେଇ ଖମ୍ବେଶ୍ବରୀ ଯାତ୍ରୀବାହି ବସ ଯୋଗେ କଲିକତା ଅଭିମୁଖେ ଯାଉଥିବା ବେଳେ ଏକ ଆନ୍ତଃ ରାଜ୍ୟ ଡକାୟତ ଗ୍ୟାଙ୍ଗ ଉକ୍ତ ଯାତ୍ରୀବାହି ବସ କୁ କାର ଯୋଗେ ପିଛା କରି ଗୁରା ପଲ୍ଲୀ ଚେକ ନିକଟରେ ବସ ଟି ରହି ଥିବା ବେଳେ ଏହାର ସୁଯୋଗ ନେଇ ଉକ୍ତ ଡକାୟତ ଗ୍ୟାଙ୍ଗ ସଦସ୍ୟ ମାନେ ବସ ଭିତରେ ପଶି 17 କେଜି ଖାଣ୍ଟି ରୁପା ବ୍ୟାଗ କୁ ଧରି ଚମ୍ପଟ ମାରିଥିଲେ | ଏ ନେଇ ରୁପା ବ୍ୟବସାୟୀ ଜନକ ଭେଜିପୁଟ ଫାଣ୍ଡି ରେ ଏକ ଏତଲା ଦେବା ପରେ ପୋଲିସ ଥାନା କେସ ନମ୍ବର 622/24 ରେ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲା |ତେବେ ଆସାମୀ ମାନଙ୍କୁ କାବୁ କରିବା ପାଇଁ ଭେଜିପୁଟ ଫାଣ୍ଡି ଅଧିକାରୀ ଦେବାଶିଷ ମିଶ୍ର ଙ୍କ ନେତୃତ୍ୱ ରେ ପି ଏସ ଅ|ଇ ବିଶ୍ୱରଂଜନ ରାଉତରାୟ, ମିଥୁନ କୁମାର ଦାଶ, ଦୀନେଶ କୁମାର ବେହେରା ଙ୍କୁ ନେଇ ଏକ ପୋଲିସ ଟିମ ମଧ୍ୟପ୍ରଦେଶ ର ବିଭିନ୍ନ ଥାନା ଅଞ୍ଚଳ ବୁଲି ତଦନ୍ତ କରିଥିଲେ |ସେମାନେ ଅଧିକାଂଶ ସମୟ କିପେଡ଼ ମୋବାଇଲ ବ୍ୟବହାର କରୁଥିବା ବେଳେ ଖୁବ କମ ସମୟ ଆଣ୍ଡ୍ରିଏଡ ମୋବାଇଲ ବ୍ୟବହାର କରିବା ଯୋଗୁଁ ପୋଲିସ କୁ ଡକାୟତ ମାନଙ୍କୁ ଠାବ କରିବା ଅସୁବିଧା ଉପୁଜିଥିଲା | ତେବେ ଉକ୍ତ ଡକାୟତ ଦଳ ପୁନର୍ବାର ଓଡିଶା ଆସି ଡକାୟତ ପାଇଁ ଯୋଜନା କରୁଥିବା ପୋଲିସ କୌଣସି ସୂତ୍ର ରୁ ଖବର ପାଇଥିଲା |ଉକ୍ତ ଡକାୟତ ଦଳ ବାରମ୍ବାର କାର ନମ୍ବର ବଦଳାଇ ବ୍ରହ୍ମପୁର ରେ ପହଂଚି ଏକ ଡ୍ରେସ ଦୋକାନ ଆଗରେ ମହିନ୍ଦ୍ରା ଏକ୍ସ ୟୁ ଭି -300 କାର ଏମ ପି -0971- 5369 କାର ଟି ରଖି ପୁରୁଣା ପୋଷାକ ବଦଳାଇ ନୂଆ ପୋଷାକ ପିନ୍ଧୁ ଥିବା ବେଳେ ଖଲ୍ଲିକୋଟ ପୋଲିସ ଟିମ ଡ୍ରେସ ଦୋକାନ ର ମୁଖ୍ୟ ଫାଟକ କୁ ବନ୍ଦ କରି ଚାରି ଜଣ ଆନ୍ତଃ ରାଜ୍ୟ ଡକାୟତ କୁ କାବୁ କରିଥିଲେ |ଗିରଫ ହୋଇଥିବା ଚାରିଜଣ ଡକାୟତ ହେଲେ ମଧ୍ୟପ୍ରଦେଶ ର ଧାର ଜିଲ୍ଲା ଧର୍ମପୁରି ଗ୍ରାମ ର ସ୍ୱାଦିକ ଖାନ, ମଧ୍ୟପ୍ରଦେଶ ବରହ୍ମପୁର ଦୁଧିୟା ଗ୍ରାମର ଫିରୋଜ ଖାନ 38,ସେହିପରି ଏମ ପି ର ନେପାନାଗାର ଜିଲ୍ଲା, ନାୟକ୍ଷେଡା ଗ୍ରାମ ଅମିନ ଖାନ 27 ଓ ଏମ ପି ର ଧର ଜିଲ୍ଲା ଖେରମା ଜଗିର ଗ୍ରାମର ମୁଷ୍ଟାକ ଖାନ 40 କୁ ଗିରଫ କରିବା ସହ ପାଞ୍ଚ ଗୋଟି ମୋବାଇଲ ଓ ଡକାୟତ ରେ ବ୍ୟବହାର କରିଥିବା କାର ଓ ନଗଦ 65,613 ଟଙ୍କା ଜବତ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି |

ପ୍ରକାଶ ଥାଉକି ଗତ 30/6/24 ରେ ଉକ୍ତ ଡକାୟତ ଗ୍ୟାଙ୍ଗ ଢେଙ୍କାନାଳ ସଦର ଥାନା ରେ ଡଲଫିନ ବସ ରେ ଉତ୍ତର ପ୍ରଦେଶ ର ଆଗ୍ର| ଯାଉଥିବା ରୁପା ବେପାରୀଙ୍କ ଠାରୁ 35 କେଜି ରୁପା ଡକାୟତ ଘଟଣା ରେ ଢେଙ୍କାନାଳ ପୋଲିସ 553 /30/6/24 ରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଥିବା ପ୍ରକାଶ |

ରିପୋର୍ଟ ମାଧବ ବେହେରା, ଖଲ୍ଲିକୋଟ