ଛତ୍ରପୁର ତା. ୨୭/୯/୨୬ (ଅରୁଣ କୁମାର ପଣ୍ଡା )
ଗଞ୍ଜାମ ପୋଲିସଜିଲ୍ଲା ଅନ୍ତର୍ଗତ ଛତ୍ରପୁର ବ୍ଲକ୍ ଚମାଖଣ୍ଡି ଥାନାରେ ଅଭିଯୋଗ କ୍ରମେ ବହୁ ଦିନ ଧରି ଗାଡ଼ି ର ବ୍ୟାଟେରୀ ଚୋରୀ କରୁଥିବା ମାମଲାରେ
ଚମାଖଣ୍ଡି ପୋଲିସ ୨ଜଣ ଙ୍କୁ ଗିରଫ କରିଛି ।
ସୂଚନା ଯୋଗ୍ୟ ଯେ’ ସେହି ଦୁଇଜଣ ଅନେକ ଦିନରୁ ଗାଡ଼ିରୁ ଚୋରୀ ବ୍ୟାଟେରୀ ଚୋରୀ କରି ଆସୁଥିଲେ । ଅଭିଯୋଗ କ୍ରମେ ତନାଘନା ଉଦ୍ୟମ ସାଂଗକୁ ପୋଲିସ ଅନୁସନ୍ଧାନ କରି ଦୁଇଜଣ ଚୋର କୁ ଧରିବାରେ ସଫଳ ହୋଇଛନ୍ତି । ସେମାନେ ହେଲେ କଣମଣା ପଞ୍ଚାୟତ ର ଏସ. ମୋହନ ରେଡ୍ଡୀ (୩୦) ଏବଂ ମିଥୁନ ବେହେରା (୩୪) ଓରଫ୍ ମାଧବ ଏମାନଙ୍କ ଉପରେ ନଜର ରଖି ପୋଲିସ ଅଟକ ରଖି ପଚରାଉଚରା କରିଥିଲା ।ଶେଷରେ ନିଜର ଭୁଲ ସ୍ୱୀକାର କରିଥିଲେ ।
ସେ ଦୁହେଁ କହିଥିଲେ ଯେ’ ଆମର ରୋଜଗାର କିଛି ନାହିଁ, ଗୁଜୁରାଣ ମେଣ୍ଟାଇବା ପାଇଁ ଏହି କର୍ମ କରୁଥିଲୁ ।
ତେବେ ଚମାଖଣ୍ଡି ଥାନା ଅଧିକାରୀ ଶ୍ରୀମତୀ ଶ୍ରଦ୍ଧାଞ୍ଜଳି ସୁବୁଦ୍ଧି ଏହାର ସତ୍ୟାସତ୍ୟ ଅନୁସନ୍ଧାନ କରି ଏହି ଦୁଇଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସେମାନଙ୍କ ଠାରୁ ୬ ଟି ବଡ଼ ଗାଡ଼ିରେ ବ୍ୟବହୃତ ବ୍ୟାଟେରୀ ଜବତ କରାଯାଇଛି ।
ଚମାଖଣ୍ଡି ଥାନା କେଶ ନମ୍ବର-୩୭୫ ରେ ଧାରା ୩୦୩(୨)/୩(୫) ବିଏନଏସ ଅନୁଯାୟୀ ଗିରଫ କରାଯାଇ ଶନିବାର ଛତ୍ରପୁରର ଏସଡିଜେଏମଙ୍କ କୋର୍ଟକୁ ପଠାଯାଇଛି ।
