ବେଲଗୁଣ୍ଠା, 22/01, ଗାଙ୍ଗପୁର ପୋଲିସ୍ ପକ୍ଷରୁ ଆଜି ଅବକାରୀ ଚଢ଼ାଉ କରାଯାଇ ଦେଶୀମଦ ଜବତ କରାଯିବା ସହିତ ଦୁଇ ଜଣଙ୍କୁ କୋର୍ଟଚାଲାଣ କରାଯାଇଛି I ସୂଚନା ପ୍ରକାରେ ଆଜି ଗାଙ୍ଗପୁର ପୋଲିସ୍ ଏହି ଥାନା ଅନ୍ତର୍ଗତ ନଣ୍ଡାଜୁଆଳି ଗ୍ରାମରେ ଚଢାଉ କରି ସେଠାରେ 2000 ଲିଟର୍ ପୋଚ ଏବଂ 1000 ଲିଟର୍ ଦେଶୀମଦ ଜବତ କରିଥିଲା I ଏହି ଘଟଣାରେ ଗାଙ୍ଗପୁର ଥାନାରେ 40/23 ଏବଂ 41/23 ରେ ଦୁଇଟି ଅବକାରୀ ମାମଲା ରୁଜୁ କରାଯିବା ସହିତ ଘଟଣାରେ ସମ୍ପୃକ୍ତ ଦୁଇ ଜଣଙ୍କୁ କୋର୍ଟଚାଲାଣ କରାଯାଇ ଥିବା ଗାଙ୍ଗପୁର ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ ସୂଚନା ଦେଇଛନ୍ତି I

ରିପୋର୍ଟ-ଶିବରାମ ଚୌଧୁରୀ
