You are currently viewing ଗଞ୍ଜେଇ ସହ ୧୦ଜଣ ଗିରଫ,: ୬ ବାଇକ ଜବତ
ଗଞ୍ଜେଇ ସହ ୧୦ଜଣ ଗିରଫ,: ୬ ବାଇକ ଜବତ

କନ୍ଧମାଳ:ତା, ୨୦/୦୭:(ସଞ୍ଜୟ କୁମାର ପାଣିଗ୍ରାହୀ): ଗଞ୍ଜେଇ ବିରୋଧୀ ଅଭିଯାନରେ ଗୋଚ୍ଛାପଡା ପୁଲିସକୁ ମିଳିଛି ଏକ ବଡ ସଫଳତା। ଦେଢ କ୍ବିଣ୍ଟାଲ ଗଞ୍ଜେଇ ସହିତ ୬ଟି ବାଇକ ଜବତ କରିଛି ପୁଲିସ। ଏଥିରେ ସମ୍ପୃକ୍ତ ୧୧ ଚାଲାଣକାରୀଙ୍କୁ ଧରିଛି ପୁଲିସ। ସୂଚନା ଅନୁଯାୟୀ ଗୋଛାପଡା ଥାନା ଅଧିକାରୀ ଚିରଞ୍ଜିବୀ ବେହେରାଙ୍କ ନେତୃତ୍ୱରେ ଏସଆଇ ଅନନ୍ତ ପ୍ରଧାନ ଓ ଅନ୍ୟମାନେ ପାଟ୍ରୋଲିଙ୍ଗ କରୁଥିବା ସମୟରେ ସଲାଗୁଡା ପଞ୍ଚାୟତର ମୁଣ୍ଡାସାହି କାଟ୍ରାମାଲା ନିକଟରୁ ଜଣେ ନାବାଳକ ସହ ଅନ୍ୟ ଦଶ ଜଣ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ବେଳେ ତାଙ୍କ ଠାରୁ ଦେଢ଼ କୁଇଣ୍ଟାଲ ଗଂଜେଇ ଓ ଛଅଟି ଦାମୀ ବାଇକ ଜବତ କରିଛି। ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ବଲାଙ୍ଗୀର ଅଞ୍ଚଳର ଓ ସେମାନେ ଗୋଛାପଡା ଅଞ୍ଚଳରୁ ବଲାଙ୍ଗୀରକୁ ଗଞ୍ଜେଇ ଚାଲାଣ କରୁଥିବା ପୁଲିସ ସ୍ପଷ୍ଟ କରିଛି। ଗିରଫ ମାନେ ହେଲେ ବଲାଙ୍ଗୀର ଜିଲ୍ଲା ଲାଠୋର ଗାଁର ବିଭୁତି ସାହୁ, ସଞ୍ଜୟ ସାହୁ, ଶିବ ସାହୁ, ଲରମ୍ଭା ଥାନା ଘୁମେର ଗାଁର ଅରୁଣ ସାହୁ, ଅନିଲ ସାହୁ, ଶ୍ରୀକାନ୍ତ ବନଗୁଳା, ସୁମନ୍ତ ଦଳେଇ ଓ ପବିତ୍ର ସାହୁ, ପାଟଣାଗଡ଼ ଥାନା କଳାଙ୍ଗାପାଲି ଗାଁର ଜିତେନ୍ଦ୍ର ସାଣ୍ଢ ଓ ଅଜିତ ବାରିକ। ଏହି ଘଟଣାରେ ଗୋଛାପଡା ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଛି।