: ଖୋର୍ଦ୍ଧା ଅବକାରୀ ଅଧୀକ୍ଷିକା ସୁମତି ତ୍ରିପାଠୀଙ୍କ ନିର୍ଦ୍ଦେଶ କ୍ରମେ ବାଲୁଗାଁ ଅବକାରୀ ନିରୀକ୍ଷକ ଅଜିତ ପାତ୍ରଙ୍କ ତତ୍ତ୍ଵାବଧାନରେ ମଙ୍ଗଳବାର ପୂର୍ବାହ୍ନରେ ବାଣପୁର ଥାନା ଅନ୍ତର୍ଗତ କନ୍ଦୁଲ ସାହିରେ ଚଢ଼ାଉ କରି ୬୦୫୦ କେଜି ମହୁଲ ପୋଚ ନଷ୍ଟ କରିବା ସହ ୧୩୫୦ ଲିଟର ଦେଶୀ ମଦ ଜବତ କରାଯାଇଛି। ଜବତ ମହୁଲ ପୋଚ ଓ ଦେଶୀ ମହୁଲିର ଆନୁମାନିକ ମୂଲ୍ୟ ୫ ଲକ୍ଷ ୭୨ ହଜାର ୫ ଶହ ଟଙ୍କା ହେବ ବୋଲି ଜଣାପଡିଛି। ଏ ସଂକ୍ରାନ୍ତରେ ବାଲୁଗାଁ ଅବକାରୀ ବିଭାଗ, ଟାଙ୍ଗୀ ରେଞ୍ଜ ଅବକାରୀ ବିଭାଗ ଏବଂ ବାଣପୁର ଥାନା ପକ୍ଷରୁ ମାମଲା ରୁଜୁ କରାଯାଇଥିବାବେଳେ କୌଣସି ଅଭିଯୁକ୍ତଙ୍କୁ ଧରି ନଥିବା ବାଲୁଗାଁ ଅବକାରୀ ଅଧିକ୍ଷକ ଶ୍ରୀ ପାତ୍ର କହିଛନ୍ତି । ଚଢ଼ାଉରେ ବାଣପୁର ତହସିଲଦାର ଟି ପଦ୍ମନାଭ ଦୋରା, ଟାଙ୍ଗୀ ଅବକାରୀ ଅଧିକାରୀ ରମେଶ ଚନ୍ଦ୍ର ବାରିକ ଓ ଟିମ, ବେଗୁନିଆ ଅବକାରୀ ଅଧିକାରୀ ସଞ୍ଜୟ କୁମାର ସୁବୁଦ୍ଧି ଓ ଟିମ, ବାଣପୁର ଥାନା ଏଏସଆଇ ବିଦ୍ୟାଧର ମଲ୍ଲିକ ଓ ଟିମ, ଏପିଆର ଫାର୍ସଙ୍କ ସମେତ ବାଲୁଗାଁ ଅବକାରୀ କର୍ମଚାରୀମାନେ ସାମିଲ ଥିଲେ। ଏଥି ସହିତ ସାଧାରଣରେ ଦାବି ହେଉଛି ଯେ ଅବକାରୀ ବିଭାଗରେ ଓ ପୋଲିସ ପ୍ରଶାସନ ମିଳିତ ପ୍ରଚେଷ୍ଟା କଲେ ନାଚୁଣୀ, ବାଲୁଗାଁ, ସାନ ନଈରୀ, କାଳୁପଡା, ଜରିପଡା, ମାନସିଂ ପୁର, ସୋରଣ ଏବଂ ଆଖ ପାଖ ଅଂଚଳରେ ଯୋଉ ଆସ୍କା ଫୋର୍ଟି ବେପାର ହେଉଛି ଓ ବିଦେଶୀ ମଧ୍ୟ ମିଶୁଛି ତାକୁ ଗୁପ୍ତ ଭାବରେ ନଜର ରଖି ଏକ ଉଚିତ ସମୟ ଦେଖି ତା ଉପରେ କାର୍ଯ୍ୟାନୁଷ୍ଠାନ ନେଲେ ଏହା ଆହୁରି ଭଲ ହୋଇପାରିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି.

