ଗଞ୍ଜାମ ଜିଲ୍ଲା କୋଦଳା ବସଷ୍ଟାଣ୍ଡ ଠାରେ ଆଜି ଅପରାହ୍ନ ରେ ଏକ ଯାତ୍ରୀବାହି ବସ୍ କୁ ଜବତ କରି ଡ୍ରାଇଭର କୁ ଗିରଫ କରିଛି କୋଦଳା ପୋଲିସ। ବସ୍ ଡ୍ରାଇଭର ପ୍ରଚୁର ମଦ୍ୟ ପାନ କରି ବସ୍ ଚଲାଉଥିବା ଅଭିଯୋଗରେ ଗିରଫ କରାଯାଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ୫୫ ବର୍ଷୀୟ ରମେଶ ମହାରଣା ନାମକ ଶାରଳା ବସ୍ ଡ୍ରାଇଭର ମଦ ପିଇ ବସ୍ ଡ୍ରାଇଭ୍ କରୁଥିଲେ। ଉକ୍ତ ବସ ଟି ଭୁବନେଶ୍ଵର ଠାରୁ ଆସି ପୋଲସରା ଦେଇ ବାଲିପଦର ଯାଉଥିବା ବେଳେ କୋଦଳା ବସଷ୍ଟାଣ୍ଡ ଠାରେ କୋଦଳା ପୋଲିସ ପକ୍ଷରୁ ଅଟକାଯାଇ ଯାଞ୍ଚ କରିବା ବେଳେ ଡ୍ରାଇଭର ଜଣକ ପ୍ରଚୁର ମଦ୍ୟପାନ କରିଥିବା ଚେକିଂ ବେଳେ ଜଣାପଡିଥିଲା ।ଉକ୍ତ ବସ୍ ରେ ୨୦ ରୁ ଉର୍ଦ୍ଧ୍ବ ଯାତ୍ରୀ ଥିବା ବେଳେ ଘଟଣା ପରେ ଯାତ୍ରୀମାନେ ତୁରନ୍ତ ଉକ୍ତ ବସ୍ ଛାଡି ଅନ୍ୟ ବସ୍ ରେ ଯାଇଥିଲେ। ଉକ୍ତ ବସ୍ କୁ ଜବତ କରି ବସଷ୍ଟାଣ୍ଡ ଠାରେ ରଖା ଯାଇଥିବା ବେଳେ ଡ୍ରାଇଭରଙ୍କ ନାମରେ ୨୯୪ /୨୩ ରେ ଏକ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିଉଜ୍ ।
