You are currently viewing ଅପରାଧିକ କାର୍ଯ୍ୟକଳାପ ବନ୍ଦ ଦାବିରାଉରକେଲା,
ଅପରାଧିକ କାର୍ଯ୍ୟକଳାପ ବନ୍ଦ ଦାବିରାଉରକେଲା,

ସ୍ମାର୍ଟସିଟିରେ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି। ଏହା ଉପରେ ଅଙ୍କୁଶ ଲଗାଇବାକୁ ଜିଲ୍ଲା କଂଗ୍ରେସ ଦାବି କରିଛି। ଏନେଇ ଜିଲ୍ଲା କଂଗ୍ରେସର ଏକ ପ୍ରତିନିଧି ଦଳ ଏସ୍‌ପି ଡ. ମିତ୍ରଭାନୁ ମହାପାତ୍ରଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଦାବିପତ୍ରରେ ଉଲ୍ଲେଖ ହୋଇଛି, ସହରରେ ଅନିୟନ୍ତ୍ରିତ ସଟ୍ଟା, ଜୁଆ, ସ୍କ୍ରିପ୍ ଡ୍ରଗ୍‌ସ, ମଦ ବେପାର ବହୁମାତ୍ରାରେ ବୃଦ୍ଧି ପାଇଛି। ଏମିତିକି ଚୋରି, ଛିନତାଇ ବି ବଢ଼ିଚାଲିଛି। ଏହି ଅପରାଧିକ କାର୍ଯ୍ୟକଳାପକୁ ସଂପୂର୍ଣ୍ଣ ବନ୍ଦ କରିବାକୁ ଉଭୟ ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ।