ପୋଲସରା ୨୨/୦୯/୨୫ ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଚିରିକିପଡା ଶାସନରେ ଘଟିଯାଇଛି ଏକ ହତ୍ୟାକାଣ୍ଡ । ହତ୍ୟାକାଣ୍ଡ ର ଶିକାର ହୋଇଛନ୍ତି ଜଣେ ମହିଳା । ମହିଳା ଜଣକ ହେଲେ ସମ୍ପୃକ୍ତ ଗ୍ରାମ ଧୋବା ସାହିର ଶୈଳ ସେଠି । ପୋଲସରା ଥାନାଧିକାରୀ କୌଶିକ ମାଝୀ ପୁରୁଷୋତ୍ତମ ପୁର ଏସ ଡି ପି ଓ ସୁଜିତ ନାୟକ ଘଟଣା ସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛନ୍ତି।ସାଇଣ୍ଟିଫିକ ଟିମ ମଧ୍ୟ ପହଂଚି ନମୁନା ସଂଗ୍ରହ କରି ତଦନ୍ତ କରୁଛି । ସୂଚନା ଅନୁଯାଇ ଚିରିକିପଡା ଶାସନ ଗ୍ରାମର ବିଳମ୍ବର ସେଠୀଙ୍କ ସ୍ତ୍ରୀ ଶୈଳ ସେଠି ଆଜି ସକାଳୁ ଘରକାମ ସାରି ସବୁଦିନ ପରି ଆଜି ମଧ୍ୟ ଗାଧୋଇବା ପାଇଁ ବାଘୁଆ କେନାଳ ଗୁଡିମାଳ କୁ ଯାଇଥିଲେ । ନିଜର ନିତ୍ୟକର୍ମ ସାରି ଫେରିବା ରାସ୍ତାରେ କେହି ଜଣେ ଦୁବୁର୍ତ୍ତ ତାଙ୍କୁ ଏକ ଧାରୁଆ ଅସ୍ତ୍ର ରେ ପେଟକୁ ଭୂଷି ପିନ୍ଧିଥିବା କାନଫୁଲ ଓ ନାକଫୁଲ ଭଳି ଅଳଙ୍କାର କୁ କାଢ଼ିଣେଇ ଚମ୍ପଟ ମାରିଥିବା ଅନୁମାନ କରାଯାଉଛି ।

ଘଟଣା ସ୍ଥଳରେ ଶୈଳଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଖବର ପାଇ ପୋଲସରା ଥାନାଧିକାରୀ କୌଶିକ ମାଝୀ ଘଟଣା ସ୍ଥଳରେ ପହଁଚି ଶବ ଜବତ କରି ଘଟଣା ର ତଦନ୍ତ କରୁଛନ୍ତି।