ବେଗୁନିଆପଡ଼ା
ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅନ୍ତର୍ଗତ ଭାବିନିପୁର ଠାରେ ରାତ୍ର ରହଣି କରୁଥିବା ଦୁର୍ଗାଦେବୀ ବସ ଓଡି ଜିରୋ ସେଭେନ୍ ଭି ୭୭୭୯ କୁ କେହି ଅଜଣା ଦୁବୃତ୍ତ ଟାୟାର ରେ ନିଆଁ ଲଗାଇବା ସହ ଆଗ ଗ୍ଲାସ କୁ ବାଡ଼ଇ ଭାଙ୍ଗି ଦେଇ ଥିବା ସୂଚନା ମିଳିଛି । ଗ୍ଲାସ ଭାଙ୍ଗିବା ଶବ୍ଦ ଶୁଣି ବସ ରେ ସୋଇଥିବା କଣ୍ଡକ୍ଟର ଓ ହେଲ୍ପର କର୍ମଚାରୀ ଉଠି ଦେଖିଥିଲେ । ଏମାନେ ଉଠିବା ଜାଣି ଦୁବୃତ୍ତ ମାନେ ମୁହଁରେ କନା ବାନ୍ଧି ଦୌଡ଼ ପଳାଇ ଥିଲେ । କଣ୍ଡକ୍ଟର ଓ ହେଲ୍ପର ନିକଟରେ ଥିବା ପୋଖରୀରୁ ପାଣି ଆଣି ନିଆଁ ଲିଭାଇଥିଲେ ।ଆଜି ଅପରାହ୍ନରେ କଣ୍ଡକ୍ଟର ଵି. ଶଙ୍କର ପାତ୍ର ବେଗୁନିଆପଡା ଥାନାରେ ଏନେଇ ଏତଲା ଦେଇଥିଲେ । ସେହି ଭଳି ଅଙ୍ଗାରଗାଁ ନିକଟରେ ରାତ୍ରି ରହଣି କରୁଥିବା ଦୁର୍ଗାଦେବୀ ବସ ଓଡି ଜିରୋ ସେଭେନ୍ ଏ ଡି ୬୮୯୯ ବସ ର ବିଭିନ୍ନ କେବୁଲ ତାର କାଟିବା ସହ ଭେକ୍ୟୁମ ପାଇପ ରେ ନିଆଁ ଲଗାଇ ଦେଇଥିଲେ। ଏହି ବସ ର କଣ୍ଡକ୍ଟର ବେଗୁନିଆପଡା ଥାନାରେ ଏତଲା ଦେଇଥିଲେ । ଏତଲା କୁ ଭିତ୍ତି କରି ପୋଲିସ ତଦନ୍ତ ଜାରି ରଖିଛି । ପ୍ରକାଶ ଥାଉ କି ଉଭୟ ବସ ର ମାଲିକ ଏହି ଥାନା ଅନ୍ତର୍ଗତ କାଳମୂଳ ଗ୍ରାମର ଅମ୍ରିତ ପ୍ରସାଦ ମିଶ୍ର ଅଟନ୍ତି । ୧୯୮୨ ମସିହାରୁ ଏହିଠାରେ ଗାଡି ରହଣି କରୁଥିବା ବେଳେ ଆଜି ପର୍ଯ୍ୟନ୍ତ କୌଣସି ଅଘଟଣ ହୋଇ ନଥିଲା। ଏଣୁ ପୂର୍ବ ଶତ୍ରୁତା ରୁ ଏଭଳି କାଣ୍ଡ ଘଟାଇଥିବା ମାଲିକ ସନ୍ଦେହ କରିଥିବା ବେଳେ ପ୍ରକୃତ କାରଣ ଜଣାପଡ଼ିନାହିଁ।
ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।
