You are currently viewing ବ୍ଲକ କାର୍ଯ୍ୟାଳୟରେ ସରପଞ୍ଚଙ୍କୁ କର୍ମଚାରୀଙ୍କ ମରଣାନ୍ତକ ଆକ୍ରମଣ, ମେଡିକାଲରେ ଭର୍ତ୍ତି ।
ବ୍ଲକ କାର୍ଯ୍ୟାଳୟରେ ସରପଞ୍ଚଙ୍କୁ କର୍ମଚାରୀଙ୍କ ମରଣାନ୍ତକ ଆକ୍ରମଣ, ମେଡିକାଲରେ ଭର୍ତ୍ତି ।

ଆସିକା,୫/୮(ଶକ୍ତି ପ୍ରସାଦ କର) ଆସିକା ବ୍ଲକର ନଳବଣ୍ଟା ପଞ୍ଚାୟତ ସରପଞ୍ଚ କିଶୋର କୁମାର ପ୍ରଧାନଙ୍କୁ ବ୍ଲକ କାର୍ଯ୍ୟାଳୟରେ ବି ଏଫ ଟି କର୍ମଚାରୀ ପ୍ରଦୀପି ଜେନା ଏବଂ ତାଙ୍କ ଭାଇ ପ୍ରମୋଦ ଜେନା ମରଣାନ୍ତକ ଆକ୍ରମଣ କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି।ଆକ୍ରମଣରେ ଆହତ ହୋଇ କିଶୋର ଆସିକା ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସିତ ହେବାପରେ ତାଙ୍କୁ ବ୍ରହ୍ମପୁର ବଡ ମେଡ଼ିକାଲକୁ ସ୍ଥାନତର କରାଯାଇଛି।ତାଙ୍କ ମୁହଁ ଓ ଆଖିକୁ ପ୍ରବଳ ମାଡ଼ ହୋଇଛି।କିଶୋର ଙ୍କ ଅଭିଯୋଗ ପ୍ରକାରେ ସେ ସନ୍ଧ୍ୟାରେ ବ୍ଲକ କାର୍ଯ୍ୟାଳୟକୁ ଯାଇ ଗ୍ରାମର ସମସ୍ୟା ସମ୍ପର୍କରେ ଉନ୍ନୟନ ଅଧିକାରୀ ଙ୍କ ସହ ଆଲୋଚନା ବଚସା କରିଥିଲେ।ତାଙ୍କ ସହ ଗହଙ୍ଗୁ ସରପଞ୍ଚ ମନୋଜ ପରିଡ଼ା,ପଣ୍ଡିଆପଥର ସରପଞ୍ଚ ନିଳାଞ୍ଚଳ ଗୌଡ଼ ମିଶି ବ୍ଲକ ସଭାଗୃହକୁ ଗଲେ।ତାଙ୍କ ପଛେ ପଛେ ବିଡିଓ ସେଠାକୁ ଯାଇ ତାଙ୍କୁ କୁଆଡେ ଅଭଦ୍ର ଭାଷାରେ ଗାଳିଗୁଲଜ କରି ତମକୁ ମାଡ ଦରକାର ବୋଲି କହିଥିଲେ।ଏହା ପରେ ସେଠାରେ ଉପସ୍ଥିତ ବି ଏଫ ଟି କର୍ମଚାରୀ ପ୍ରଦୀପି ଜେନା ଏବଂ ତାଙ୍କ ଭାଇ ପ୍ରମୋଦ ଜେନା ମିଶି ତାଙ୍କୁ ଜୀବନରେ ମାରିଦେବାକୁ ମୁଁହ କୁ ମୁଥ ମାରିଲେ ଫଳରେ ତାଙ୍କ ଦୁଇ ଆଖି ଫାଟିଯାଇ ରକ୍ତ ବାହାରିବା ପରେ ସେ ତଳେ ପଡ଼ିଯାଇ ଥିଲେ।ସେଠୁ ପ୍ରଦୀପ ଓ ପ୍ରମୋଦ ତାଙ୍କ ଉପରେ ମାଡିବାସି ତଣ୍ଟିଚିପି ମାରିଦେବାକୁ ଉଦ୍ୟମ କରୁଥିଲେ ସେତେବେଳେ ଉପସ୍ଥିତ ଅନ୍ୟ ସରପଞ୍ଚ ତାଙ୍କୁ ଉଦ୍ଧାର କରିଥିଲେ ଏବଂ ଏହା ବିଡିଓ ଙ୍କ ଇଙ୍ଗିତରେ ହୋଇଛି ବୋଲି କିଶୋର ଏତଲାରେ ଦର୍ଶାଇଛନ୍ତି।ଏମିତିକି ତାଙ୍କୁ ବ୍ଲକକୁ ଆସିଲେ ମାରିଦେବାକୁ ଧମକ ଦେଇଛନ୍ତି।

ଏସଂକ୍ରାନ୍ତରେ ବିଡିଓ ଫକୀର ଚରଣ ପରିଡ଼ା ଙ୍କ ପ୍ରତିକ୍ରିୟା ଆମେ ଜାଣିବାକୁ ଚାହିଁଥିଲୁ।ପ୍ରତିକ୍ରିୟାରେ ବିଡିଓ ଏହାକୁ ଖଣ୍ଡନ କରି ତାଙ୍କ ସମ୍ମୁଖରେ ଏଭଳି କିଛି ଘଟିନାହିଁ ବୋଲି କହିଛନ୍ତି।ଅନ୍ୟପଟେ ସରପଞ୍ଚ ସଂଘର ସଭାପତି ଭବାନୀ ଶଙ୍କର ମଲ୍ଲିକଙ୍କ ନେତୃତ୍ୱରେ ବହୁ ସରପଞ୍ଚ ଥାନା ଅଧିକାରୀଙ୍କ ସହ ଆଲୋଚନା କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।