You are currently viewing ବ୍ରାଉନସୁଗର୍ ସହ ଦୁଇ ଅଭିଯୁକ୍ତ ଗିରଫ ,
ବ୍ରାଉନସୁଗର୍ ସହ ଦୁଇ ଅଭିଯୁକ୍ତ ଗିରଫ ,

ଭଞ୍ଜନଗର,(ଲିଟୁ କୁମାର ବିଷୋୟୀ)ଗଞ୍ଜାମ ଭଞ୍ଜନଗର ଥାନା ସାଳୁଆପଲ୍ଲୀ ଗାଁ ନିକଟରୁ ବ୍ରାଉନ ସୁଗର୍ ସହ ଦୁଇ ଅଭିଯୁକ୍ତ ଗିରଫ ।ଗିରଫ ଅଭିଯୁକ୍ତ ମାନେ ହେଲେ ଭଞ୍ଜନଗର ଥାନା ଭେଜିପୁଟ୍ ର ଓମ୍ ପ୍ରକାଶ ସ୍ୱାଇଁ,ଅନ୍ୟଜଣେ ଖଲ୍ଲିକୋଟ ଥାନା ଅଂଚଳର ଚନ୍ଦନ ମହାପାତ୍ର ।


ସୂଚନା ମୁତାବକ ଆଜି ଭଞ୍ଜନଗର ପୋଲିସ୍ ବିଶେଷ ସୂତ୍ରରୁ ଖବର ପାଇ ସାଳୁଆପଲ୍ଲୀ ଗାଁ ନିକଟରେ ପେଟ୍ରୋଲିଂ କରୁଥିବା ବେଳେ ସ୍କୁଟିରେ ଯାଉଥିବା ଦୁଇ ଯୁବକକୁ ଅଟକାଇ ଗାଡ଼ି ଚେକିଙ୍ଗ କରିବା ପରେ ସେମାନଙ୍କ ଠାରୁ ବ୍ରାଉନସୁଗର ମିଳିଥିଲା। ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତି ରେ 54 ଗ୍ରାମ ବ୍ରାଉନସୁଗର ଜବତ କରାଯିବା ସହ ଦୁଇଟି ମୋବାଇଲ୍,ନଗଦ 2700 ଟଙ୍କା,ସ୍କୁଟି ଜବତ କରାଯାଇଛି ।ଜବତ ବ୍ରାଉନସୁଗରର ଆନୁମାନିକ ବଜାର ମୂଲ୍ୟ ଛଅ ଲକ୍ଷ ଟଙ୍କା ହବ। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ଭଞ୍ଜନଗର ଥାନା ଅଧିକାରୀ ଜିବନାନନ୍ଦ ଜେନା ।