You are currently viewing ମୂଲ୍ୟବାନ କାଠ ବୋଝଇ ପିକଅପ ଭେନ ଜବତ
ମୂଲ୍ୟବାନ କାଠ ବୋଝଇ ପିକଅପ ଭେନ ଜବତ

ସୋରଡ଼ା (ଲିଟୁ କୁମାର ବିଷୋୟୀ) ବନ ବିଭାଗ ର ଆଖିରେ ଧୂଳି ପକାଇ ଖସି ଯିବାକୁ ଉଦ୍ୟମ କରୁଥିଲେ କାଠ ମାଫିଆ, ହେଲେ କାଠ ମାଫିଆ ଙ୍କ ଏଭଳି ଯୋଜନା କୁ ଭଣ୍ଡୁର କଲା ବନବିଭାଗ | କାଠ ମାଫିଆ ଙ୍କ କାଠ ବୋଝେଇ ଗାଡିକୁ ଗୋଡ଼ାଇ ଗୋଡ଼ାଇ ଧରିଲେ ବନବିଭାଗ ଓ ପୋଲିସ ଟିମ ଦକ୍ଷିଣ ଘୁମୁସର ବନଖଣ୍ଡ ବଡ଼ଗଡ଼ ବନାଞ୍ଚଳ କୁ ମିଳିଲା ବଡ ସଫଳତା, ମୂଲ୍ୟବାନ ଶାଗୁଆନ ଓ ଗମ୍ଭାରୀ କାଠ ବୋଝଇ ପିକଅପ ଭ୍ୟାନ ଜବତ କଲା ବଡ଼ଗଡ଼ ବନବିଭାଗ |

ସୂଚନା ପ୍ରକାରେ ଏକ ପିକଅପ ଭେନ ରେ ମୂଲ୍ୟବାନ ଶାଗୁଆନ ଓ ଗମ୍ଭାରୀ କାଠ ବୋଝଇ ଚୋରାଚାଲାଣ ହେଉଥିବା ବିଶେଷ ସୂତ୍ରରୁ ଖବର ପାଇ ବଡ଼ଗଡ଼ ବନାଞ୍ଚଳ ଅଧିକାରୀ ଓ ତାଙ୍କ ସ୍ପେସିଆଲ ଟିମ କାଠ ବୋଝେଇ ଗାଡିଟି ବଡ଼ଗଡ଼ ଥାନା ଅନ୍ତର୍ଗତ ଗାଙ୍ଗପୁର ଗ୍ରାମ ଯାଉଥିବା ଦେଖି ଅତର୍କିତ ଚଢ଼ାଉ କରି କାଠ ବୋଝଇ ଗାଡି ଟିକୁ ଜବତ କରିବାରେ ସଫଳ ହୋଇଛି ବଡ଼ଗଡ଼ ବନବିଭାଗ | ଜବତ କାଠ 46 ସିପ୍ଟ ବୋଲି ଅନୁମାନ କରାଯାଉଥିବା ବେଳେ କାଠର ଆନୁମାନିକ ମୂଲ୍ୟ 75 ହଜାର ଓ ଜବତ ଗାଡିର ମୂଲ୍ୟ ତିନିଲକ୍ଷ ବୋଲି ଅନୁମାନ କରାଯାଉଛି | ଏସବୁ କୁ ଜବତ ଆଣିବାରେ ରେ ବଡ଼ଗଡ଼ ପୋଲିସ ସହଯୋଗ କରିଥିବା ସୂଚନା ଦେଇଛନ୍ତି ବଡ଼ଗଡ଼ ବନାଞ୍ଚଳ ଅଧିକାରୀ ଅଞ୍ଜନ କୁମାର ନାୟକ |