You are currently viewing ୩ ବର୍ଷର ଶିଶୁକୁ ଗଳା କାଟି ହତ୍ଯା ମାମଲା, ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ ଅତିରିକ୍ତ ଜିଲ୍ଲା ଦୌରାଜଜ୍
୩ ବର୍ଷର ଶିଶୁକୁ ଗଳା କାଟି ହତ୍ଯା ମାମଲା, ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ ଅତିରିକ୍ତ ଜିଲ୍ଲା ଦୌରାଜଜ୍

କୋଦଳା (୦୬/୦୮/୨୦୨୫)
ମାତ୍ର ୩ ବର୍ଷର ଶିଶୁକୁ ଗଳା କାଟି ହତ୍ଯା କରିଥିବା ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ।ଗତ ୧ ଜୁନ ୨୦୨୧ ରେ ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ଭାବରଡା ଗ୍ରାମରେ ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଥିବା ବେଳେ ଘଟଣାରେ ଆଜି ରାୟ ପ୍ରକାଶ ପାଇଛି। କୋଦଳା ସ୍ଥିତ ଅତିରିକ୍ତ ଜିଲ୍ଲା ଦୌରାଜଜ୍ କୋର୍ଟରେ ଏହି ମାମଲାରେ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଭାବରଡ଼ା ଗାଁ ରେ ଦୁଇ ପଡ଼ୋଶୀଙ୍କ କଳିରେ ବଳି ପଡିଥିଲା ନିରୀହ ନିଷ୍ପାପ ଶିଶୁ। ଗାଁ ଦାଣ୍ଡରେ ଛୋଟ ଶିଶୁଟି ଖେଳୁଥିବା ବେଳେ ଅଭିଯୁକ୍ତ ବୁଲୁ ସେଠୀ ଗଳା କାଟି ହତ୍ଯା କରିଥିଲା। ଏଥିରେ ଛୁଆର ବାପା ପ୍ରତିରୋଧ କରିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲା ଅଭିଯୁକ୍ତ। ପରବର୍ତ୍ତୀ ସମୟରେ ଶିଶୁର ବାପା ବୁଲୁ ସାହୁ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଚିକିତ୍ସିତ ହୋଇ ସୁସ୍ଥ ହୋଇଥିବା ବେଳେ ଛୋଟ ଶିଶୁର ଜୀବନ ଚାଲି ଯାଇଥିଲା। ଏନେଇ ପୋଲସରା ଥାନାରେ ବୁଲୁକଂ ସଂପର୍କୀୟ ଭାଇ ପରମେଶ୍ଵର ସାହୁ ଏତଲା ଦେଇଥିଲେ। ପୋଲସରା ଥାନା ପୋଲିସ ୨୯୧/୨୧ ରେ ମାମଲା ରୁଜୁ କରି ତଦନ୍ତ କରିଥିଲା। ଦୀର୍ଘ ୪ ବର୍ଷ ପରେ ମାମଲାର ରାୟ ପ୍ରକାଶ ପାଇଛି। ଅତିରିକ୍ତ ଜିଲ୍ଲା ଦୌରାଜଜ୍ ବିଶ୍ବ ରଞ୍ଜନ ବେହେରା ଏହି ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଆଡିସନାଲ ପିପି ସୁବାଷ ଚନ୍ଦ୍ର ସାହୁ ଓ ରଶ୍ମିରାଣୀ ବଳବନ୍ତରାୟ ଏହି ମାମଲାର ପରିଚାଳନା କରିଥିଲେ।