ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ଅବକାରୀ ଅଧୀକ୍ଷିକା ସୁମତି ତ୍ରିପାଠୀଙ୍କ ନିର୍ଦ୍ଦେଶ କ୍ରମେ ଟାଙ୍ଗୀ ରେଞ୍ଜ ଅବକାରୀ ଅଧିକାରୀ ଅଜିତ କୁମାର ପାତ୍ରଙ୍କ ନେତୃତ୍ୱରେ ବୁଧବାର ଦିନ ବାଣପୁର ଥାନା ଅନ୍ତର୍ଗତ କୁରୁଞ୍ଜିପୁର ରୋଡ ଓ ରୋଡ ଓ ନୀଳାଦ୍ରିପ୍ରସାଦ ରୋଡ ଅଞ୍ଚଳରେ ଚଢାଉ କରି ୧୫ ଲିଟର ଦେଶୀମଦ ଓ ୯ ଲିଟର ବିୟର ଜବତ କରିବାସହ ଦୁଇ ଜଣଙ୍କୁ ଗିରଫ କରିଛି ବାଲୁଗାଁ ଅବକାରୀ ପୁଲିସ। ସମସ୍ତ ଜବତ ସାମଗ୍ରୀର ମୂଲ୍ୟ ୫ ହଜାର ହେବ ବୋଲି ଜଣାପଡିଛି। ଅଭିଯୁକ୍ତ ବାଣପୁର ଅନ୍ତର୍ଗତ କୁରୁ ଞ୍ଜିପୁର ଗ୍ରାମର ଗଣେଶ ପ୍ରଧାନ ( ୭୧)ଙ୍କ ନିକଟରୁ ୧୫ ଲିଟର ଦେଶୀମଦ ଓ ନୀଳାଦ୍ରି ପ୍ରସାଦ ଗ୍ରାମର ସୁରେନ୍ଦ୍ର ନାୟକଙ୍କ (୫୧) ନିକଟରୁ ୯ ଲିଟର ବିୟର ଜବତ ହୋଇଛି। ଅଭିଯୁକ୍ତଙ୍କ ବିରୋଧରେ ବିରୋଧ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଟାଙ୍ଗୀ ଅବକାରୀ ଅଧିକାରୀ ଶ୍ରୀ ପାତ୍ର କହିଛନ୍ତି। ଚଢ଼ାଉରେ ବାଲୁଗାଁ ଅବକାରୀ ଅଧିକାରୀ ( ସୌମ୍ୟ ରଞ୍ଜନ ବେହେରା, ଏଏସଆଇ ରାମଚନ୍ଦ୍ର ଜେନା, କନଷ୍ଟେବଳ ରଞ୍ଜିତ ପଟେଲ, ସତ୍ୟବନ୍ତ ମାଝୀ ଓ ସସ୍ମିତା ସେଠୀ ପ୍ରମୁଖ ସାମିଲ ଥିଲେ।
