ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଫାଣ୍ଡି ଅଂଚଳର ବିଭିନ୍ନ ସ୍ଥାନରେ ଚୋରି ହୋଇଥିବା ଅଭିଯୋଗ ପରେ ଗୁରୁବାର ଦିନ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ଆସି ତଦନ୍ତ କରିଛନ୍ତି l କୋଦଳା ଥାନା ଅଧିକାରୀ ଉମାକାନ୍ତ ସାହୁ ଓ ବେଗୁନିଆପଡା ଫାଣ୍ଡି ଅଧିକାରୀ ସଂଗ୍ରାମ ଦେଉରୀ ଙ୍କ ନେତୃତ୍ୱ ରେ ତଦନ୍ତ ଜାରି ରହିଛି ! ପ୍ରକାଶ ଥାଉ କି ମଙ୍ଗଳବାର ବିଳମ୍ବିତ ରାତିରେ ଏସ. ଛଚିନା ଗ୍ରାମର ସୁଦାମ ଆର୍ଟ ଦୋକାନ ଓ ରୀନା ବିଷୋୟୀ ଙ୍କ ଘରେ ସୁମଣ୍ଡଳ ଗ୍ରାମର ଇନ୍ଦ୍ରମଣି ଡାକୁଆ ଓ ଧନୁ ବାରିକ, କେ. ବରିଡା ବାଲି ସାହିର ବସନ୍ତ କୁମାର ମିଶ୍ର ଓ ନମିତା ଭୂୟାଁ ଙ୍କ ଘରେ ଚୋରି ହୋଈ ଥିବା ନେଇ ବେଗୁନିଆପଡା ଫାଣ୍ଡିରେ ଏତଲା ଦେଇଥିଲେ ! ଏତଲା ପାଇ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛନ୍ତି ! ଗୋଟିଏ ରାତିରେ ବିଭିନ୍ନ ସ୍ଥାନରେ ଚୋରି ହୋଈ ଥିବାରୁ ପୋଲିସ ର ମୁଣ୍ଡ ବଥାର କାରଣ ହୋଇଛି ! ପ୍ରକାଶ ଥାଉ କି ଉକ୍ତ ଛଅ ଜଣ ଙ୍କ ଘରେ କହି ରହିନଥିବା ସୁଯୋଗ ନେଇ ଚୋର ଚୋରି କରିଛି ! ଅତିଶୀଘ୍ର ଚୋର କୁ ଗିରଫ କରାଯିବ ବୋଲି ଫାଣ୍ଡି ଅଧିକାରୀ କହିଛନ୍ତି ।ଗଞ୍ଜାମ ଜିଲ୍ଲା କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।
