ତିଆରି କରିବା ହେଉ କିମ୍ବା ବେ ନିୟମ ବାଣ ବିକ୍ରି କରିବା ସମୟରେ ଅନେକ ଅଘଟଣ ଘଟୁଛି । ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏଥିପାଇଁ କଟକଣା ଜାରି କରାଯାଇଛି । ହେଲେ ଏ ସବୁକୁ ବେଖାତିର କରି ବିପୁଳ ଲାଭ ଉଦେଶ୍ୟରେ ଚାଲିଛି ବେନିୟମ ବାଣ ବିକ୍ରି । ଗତ ବର୍ଷ ବେଗୁନିଆପଡା ରେ ବାଣ ତିଆରି ସମୟରେ ଜଣଙ୍କ ଜୀବନ ହାନି ହୋଇଥିବା ବେଳେ ଘର ଦ୍ୱାର ଭାଙ୍ଗି ଯାଇଥିବା ଜଣା ପଡିଥିଲା । ବେଗୁନିଆପଡାରେ ବିଭିନ୍ନ ସାହିରେ ଚୋରା ବାଣ ଗଛିତ ଥିବା ଖବର ପାଇ ବେଗୁନିଆପଡା ଥାନା ଅଧିକାରୀ ଭଗବାନ ପୂଜାରୀଙ୍କ ନିର୍ଦେଶ କ୍ରମେ ଏସ ଆଇ ଜଗଦିଶ ପଣ୍ଡାଙ୍କ ନେତୃତ୍ୱରେ ପୋଲିସ ଟିମ ଚଢ଼ାଉ କରି ତିନୋଟି ଘରୁ ବାଣ ଜବତ କରିଛି ପୋଲିସ । ଏହି ଗ୍ରାମର ଜଗତି ସାହିର ରଘୁନାଥ ପଣ୍ଡାଙ୍କ ପୁଅ ରବି ନାରାୟଣ ପଣ୍ଡା, କୁମୁଟି ସାହିର ମାଗୁଣି ପଣ୍ଡା ଙ୍କ ପୁଅ ସିମାଞ୍ଚଳ ପଣ୍ଡା, ଗୋଲା ସାହିର ଶିବ ଲିଙ୍ଗମ ପାତ୍ର ଙ୍କ ପୁଅ ବିନୋଦ ପାତ୍ର ବାଣ ଗଛିତ ରଖିଥିବା ଗୋଦାମ ଘରେ ଚଡାଉ କରି ବିପୁଳ ପରିମାଣର ବାଣ ଜବତ କରିଛନ୍ତି । ଏଥିସହ ଏହି ତିନି ଜଣକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଏହି ବାଣ ମଧ୍ୟରେ କିଛି ବାଣ ହାତ ତିଆରି ହୋଇଥିବା ବେଳେ କିଛି ବାଣ କମ୍ପାନୀ ତିଆରି ହୋଇଥିବା ଜଣାପଡିଛି । ଆଗକୁ ଦୀପାବଳି ଗଣେଷ ବିସର୍ଜନ ଓ ଅନ୍ୟାନ୍ୟ ପାର୍ବପର୍ବାଣି ଥିବାରୁ ବିକ୍ରି କରିବା ଉଦେଶ୍ୟ ଏହି ବାଣ ଗଛିତ ରଖିଥିବା ପୋଲିସ ସନ୍ଦେହ କରିଛି ।
