ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ମର୍ଦ ମେଖ ପଂଚାୟତ ର କନ୍ଦିଆ ଗ୍ରାମରେ ଘଟିଛି ଏକ ଅଭାବନିୟ ଘଟଣା। ଏହି ଗ୍ରାମର ରାଜୀବ ପ୍ରଧାନ ଜଣେ ମାନସିକ ବିକାର ଗ୍ରସ୍ତ ରୋଗୀ ଭାବେ ଚିକିତ୍ସାଚି ହେଉଥିଲେ। ଆଜି ଭୋର ରୁ ନିଜ ଘରେ ଏକ ଫେନ କୁ ଟଵାଲା ରେ ବାନ୍ଧି ବେକ ରେ ଗୁଡ଼ାଇ ଓହଳି ପଡ଼ିଥିଲେ। ରାଜୀବ ଙ୍କ ବାପା ହରି ପ୍ରଧାନ ବିଲ କୁ ଜାଇ ଥିବା ବେଳେ ଘରେ କେହି ନ ଥିବା ଅବସ୍ଥାରେ ସେ ଏପରି କରିଥିବା ଜଣାପଡିଛି। ପରେ ପରିବାର ଲୋକେ ଦେଖି ତାଙ୍କୁ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ତାଙ୍କ ବାପା ହରି ପ୍ରଧାନ କୋଦଳା ଥାନାରେ ଏତଲା ଦେଇ ଥିଲେ। କୋଦଳା ପୋଲିସ ମେଡିକାଲ ରେ ପହଂଚି ଶବକୁ ଜବତ କରିବା ସହ 15/23 ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା କୋଦଳା ଥାନା ଅଧିକାରୀ ଉମାକାନ୍ତ ସାହୁ କହିଛନ୍ତି ।
ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।
