You are currently viewing ମଦ୍ୟପାନ କରି ବସ ଚାଳନା କରୁଥିବା ଚାଳକ ଗିରଫ
ମଦ୍ୟପାନ କରି ବସ ଚାଳନା କରୁଥିବା ଚାଳକ ଗିରଫ

ପୁରୀ, ୫ /୧୧-ପୁରୀ ରୁ ଭୁବନେଶ୍ୱର ଯାଉଥିବା ଶାରଳା ବସ ର ଚାଳକ ମଦନ କୁମାର ସାହୁ (ବୟସ- ୪୫ ବର୍ଷ)ଙ୍କୁ ପୁରୀ ଟ୍ରାଫିକ ଟିମ୍‌ ବନମ୍ର ଛକ ନିକଟରେ ଟ୍ରାକ କରିଥିଲେ। ତଦନ୍ତ ସମୟରେ ଚାଳକଙ୍କୁ ଅତ୍ୟଧିକ ମଦ୍ୟପାନ ଅବସ୍ଥାରେ ଯାନ ଚାଳନା କରୁଥିବା ଅବସ୍ଥାରେ ଧରାଯାଇଥିଲା। ତାଙ୍କ ଶରୀରରେ ୩୫୬ ଏମ ଜି /୧00 ଏମ ଏଲ ଆଲକୋହଲ ମାପାଯାଇଥିଲା. | ଯାହା ଆଇନ ଦ୍ୱାରା ନିର୍ଦ୍ଧାରିତ ସୀମା ଠାରୁ ମାତ୍ରାଧିକ। ଏହି ଅପରାଧିକ କାର୍ଯ୍ୟରେ ଚାଳକ ମଦନ କୁମାର ସାହୁଙ୍କୁ ଗିରଫ କରାଯାଇଛି | ଉକ୍ତ ବସ୍‌କୁ ଜବତ କରାଯାଇଛି। ଏହା ସହ ସମସ୍ତ ବସ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଅନ୍ୟ ବସରେ ଛଡା ଯାଇଥିଲା | ପୁରୀ ପୁଲିସ ନାଗରିକମାନଙ୍କୁ ଅନୁରୋଧ କରୁଛନ୍ତି ମଦ୍ୟପାନ କରି ଯାନ ଚାଳନା କରିବା ଏକ ଗୁରୁତର ଅପରାଧ ଏବଂ ଏହା ଜୀବନକୁ ବିପଦରେ ପକାଇପାରେ। ସୁରକ୍ଷିତ ଯାନ ଚାଳନା କରନ୍ତୁ ଏବଂ ଆଇନକୁ ମାନନ୍ତୁ।