You are currently viewing କୁଟିକିଆ ଘଞ୍ଚ ଜଙ୍ଗଲ ମଧ୍ୟରୁ ଗଞ୍ଜେଇ ଜବତ : ମାଫିଆ ଚମ୍ପଟ
କୁଟିକିଆ ଘଞ୍ଚ ଜଙ୍ଗଲ ମଧ୍ୟରୁ ଗଞ୍ଜେଇ ଜବତ : ମାଫିଆ ଚମ୍ପଟ

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା ।ରାଜ୍ୟ ବାହାରକୁ ଗଞ୍ଜେଇ ଚୋରା ଚାଲାଣ ପାଇଁ ପ୍ରସ୍ତୁତ ହୋଇ ଏକ ଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା ଖବର ପାଇ ମାଡ଼ି ବସିଲା ପୋଲିସ୍ । ୪୪୦ କେଜି ୩୦୦ ଗ୍ରାମ ଓଜନର ବେଆଇନ୍ ଗଞ୍ଜେଇ ଜବତ କରିଛି । ସୂଚନା ପ୍ରକାରେ ବାଲିଗୁଡ଼ା ଥାନା ପୋଲିସ୍ ପାଟ୍ରୋଲିଂ କରୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ବାଲିଗୁଡା ଥାନା କୁଟିକିଆ ପଞ୍ଚାୟତର ଏକ ଘଞ୍ଚ ଜଙ୍ଗଲ ମଧ୍ୟରେ ବିପୁଳ ପରିମାଣର ବେଆଇନ୍ ଗଞ୍ଜେଇ ରାଜ୍ୟ ବାହାରକୁ ଚୋରା ଚାଲାଣ ହେଉଥିବା ଖବର ପାଇବା ପରେ ପାଟ୍ରୋଲିଂ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଥିଲା । ଗଞ୍ଜେଇ ଚାଲାଣ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଥିଲେ ଗଞ୍ଜେଇ ମାଫିଆ, ହେଲେ ଏହି ମାଫିଆ ମାନେ ମଧ୍ୟ ପୋଲିସ ଆସୁଥିବା ଖବର ପାଇବା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚିବା ପୂର୍ବରୁ ଗଞ୍ଜେଇ ଛାଡି ମାଫିଆ ମାନେ ଚମ୍ପଟ ମାରିଥିଲେ l ଯାହାକି, ପୋଲିସ କାହାରିକୁ ମଧ୍ୟ ଗିରଫ କରି ପାରିନାହିଁ l ଏ ନେଇ ବାଲିଗୁଡ଼ା ଥାନା କେଶ୍ ନଂ.୧୦୪/୨୩ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବିଷୟ ବାଲିଗୁଡ଼ା ଥାନା ଅଧିକାରୀ ବାବାଶଙ୍କର ସରାଫ୍ ପ୍ରକାଶ କରିଛନ୍ତି ।