You are currently viewing କୋର୍ଟ ର ଆର୍ଦ୍ଧେଶ ନ ମାନିବାରୁ ନେହୁରୁ ନଗର 4 ର୍ଥ ଲାଇନର ଜଣେ ଅଭିଯୁକ୍ତ ଙ୍କ ସମ୍ପତି ଜବତ
କୋର୍ଟ ର ଆର୍ଦ୍ଧେଶ ନ ମାନିବାରୁ ନେହୁରୁ ନଗର 4 ର୍ଥ ଲାଇନର ଜଣେ ଅଭିଯୁକ୍ତ ଙ୍କ ସମ୍ପତି ଜବତ

ବ୍ରହ୍ମପୁର ପୋଲିସ ଓ ପ୍ରଶାସନ ପକ୍ଷରୁ ଜଣେ ଅଭିଯୁକ୍ତଙ୍କ ସମ୍ପତିକୁ ଜବତ କରାଯାଇଛି l ଗୋସାଣୀନୂଆଁଗାଁ ଥାନା ଅନ୍ତର୍ଗତ ନେହୂରୁ ନଗର ୪ ର୍ଥ ଲାଇନର ଅଭିଯୁକ୍ତ ସଙ୍କର ବେହେରାର ସମ୍ପତି ଜବତ କରିଛି ପୋଲିସ l ବାରମ୍ବାର କୋର୍ଟରେ ହାଜର ହେବା ପାଇଁ ନିର୍ଦେଶ ଜାରୀ ହେଉଥିଲେ ସୁଦ୍ଧା ସେ କୌଣସି ତାର ଉତ୍ତର ରଖୁନଥିଲା l ପରିଶେଷରେ କୋର୍ଟ ପକ୍ଷରୁ ଅଭିଯୁକ୍ତର ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତି କୁ ଜବତ କରିବା ଲାଗି ଅଦାଲତ ଅନୁମତି ଦେବା ପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି ବ୍ରହ୍ମପୁର ପୋଲିସ ପ୍ରଶାସନ l ସମ୍ପତି ଜବତ ସମୟରେ ବ୍ରହ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟର ଆସିଷ୍ଟଣ୍ଟ ସବ କଲେକ୍ଟର ପ୍ରଦୀପ କୁମାର ମହାରଣାଙ୍କ ଉପସ୍ଥିତିରେ ଗୋସାଣୀ ନୂଆଁ ଗାଁ ଥାନା ଅଧିକାରୀ ସ୍ମୃତି ପ୍ରଭା ପ୍ରଧାନ, ଟାଉନ୍ sdpo ରାଜୀବ ଲୋଚନ ପଣ୍ଡା ଙ୍କ ଉପସ୍ଥିତିରେ ଅଭିଯୁକ୍ତ ସଙ୍କରର ବେହେରାର ସମ୍ପତ୍ତି ଜବତ କରାଯାଇଛି l

ବ୍ରହ୍ମପୁର ରୁ ଶ୍ରୀକାନ୍ତ କୁମାର ବେହେରା ଙ୍କ ରିପୋର୍ଟ ::