You are currently viewing ୧୩୮ ଲିଟର ବେଆଇନ ଦେଶୀ ମଦ ଜବତ ,ଚାରି ଗୀରଫ
୧୩୮ ଲିଟର ବେଆଇନ ଦେଶୀ ମଦ ଜବତ ,ଚାରି ଗୀରଫ

ଖଲ୍ଲିକୋଟ :6/2
ଦିନକୁ ଦିନ ବେଆଇନ ଚୋରା ଦେଶୀ ମଦ କାରବାର ବୃଦ୍ଧି ପାଇବାରେ ଲାଗିଛି। ପୋଲିସ ଓ ଅବକାରୀ ବିଭାଗ ବିଭିନ୍ନ ସମୟରେ ଚଢ଼ାଉ ଜାରି ରଖିଛନ୍ତି। ଗଞ୍ଜାମ ଜିଲ୍ଲା ଅବକାରୀ ଅଧିକ୍ଷକ ଦେବୀ ପ୍ରସାଦ ଦାସଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ମୋବାଇଲ ସ୍କାଡ ଖଲ୍ଲିକୋଟ ଓ ବେଗୁନିଆପଡା ଥାନାର ବିଭିନ୍ନ ସ୍ଥାନରେ ଚଢାଉ କରିଥିବା ବେଳେ ବେଗୁନିଆପଡା ଥାନା ଅନ୍ତର୍ଗତ ନୂଆଗଡ ଛକ ନିକଟରେ ବେଆଇନ ଦେଶୀ ମଦ ସହ ଦୂଇ ଜଣକୁ ଗୀରଫ କରିଛନ୍ତି। ଗୀରଫ ହୋଇଥିବା ବ୍ୟକ୍ତି ହେଲେ ଅଙ୍ଗାରଗାଁର ରବି ସାହୁ ଓ କୈଳାସ ସାହୁ। ଠିକ ସେହିପରି ବେଗୁନିଆପଡା ଥାନା ଅନ୍ତର୍ଗତ ତାଳସର ସ୍ଥିତ କାଳୀ ମନ୍ଦିର ନିକଟରୁ ବେଆଇନ ଦେଶୀ ମଦ ସହ ଦୁଇ ଜଣଙ୍କୁ ମଧ୍ୟ ଗୀରଫ କରିଛନ୍ତି। ଗୀରଫ ବ୍ୟକ୍ତି ହେଲେ ସେହି ଗ୍ରାମର ରଞ୍ଜନ ନାୟକ ଓ ମୋହନ ନାହାକ। ଉଭୟ ସ୍ଥାନରୁ ଜବତ ହୋଇଥିବା ବେଆଇନ ଦେଶୀମଦର ପରିଣାମ ହେଲା ମୋଟ ୧୩୮ ଲିଟର।
ଏହି ଚଢ଼ାଉ ବେଳେ ଇନସପେକ୍ଟର ଅଂଶୂମାନ ଯେନା, ସବ ଇନସପେକ୍ଟର ସୂର୍ଯ ନାରାୟଣ ରଥଙ୍କ ସହ କୁମୁଦ ଚରଣ ନାୟକ,ମଧୁସୂଦନ ଯାନୀ, ରିନା ରେଡି, ବସନ୍ତ ମଲ୍ଲିକ ଓ ସୁଜିତ ପ୍ରଧାନ ପ୍ରମୁଖ ସମିଲ ଥିଲେ।
( ରିପୋର୍ଟ :ମାଧବ ବେହେରା, ଖଲ୍ଲିକୋଟ, ଗଞ୍ଜାମ )