You are currently viewing ଶ୍ୱଶୁର ଘରେ ସ୍ତ୍ରୀକୁ ମାଡ଼ ଥାନରେ ମାମଲା.
ଶ୍ୱଶୁର ଘରେ ସ୍ତ୍ରୀକୁ ମାଡ଼ ଥାନରେ ମାମଲା.

ପିପିଲି ତା 11.11 ପିପିଲି ଥାନା ଅଞ୍ଚଳରେ ଜଣେ ଵିଭାହିତା ମହିଳାଙ୍କୁ ତାର ସ୍ୱାମୀ ବାପା ଘରେ ଆକ୍ରମଣ କରିଥିବା ନେଇ ଥାନାରେ ମାମଲା ଆଗତ ହୋଇଛି ଯାହାକି ପିପିଲି ଥାନା କେଶ ନଂ 524/24 ମାମଲା ଆଗତ ହୋଇଛି. ଅଭିଯୋଗ ଅନୁଯାଇ ପିପିଲି ଅଂଚଳର ଝିଅ କାକଟପୁର ଥାନା ଅଞ୍ଚଳ ଓସ୍ତପୁର ଗ୍ରାମର ଯୋଗେନ୍ଦ୍ର ମଲ୍ଲିକଙ୍କ ପୁଅ ଶିବପ୍ରସାଦ ମଲ୍ଲିକଙ୍କୁ ବିଭାହ କରି ଥିଲେ. ବିଭାଘର ପରେ ସ୍ୱାମୀ ମଦ୍ୟପାନ କରି ନିସ୍ତୁକ ମାଡ଼ ମାରିବା ନେଇ ସ୍ତ୍ରୀ ଥାନରେ ଅଭିଯୋଗ କରିବାରେ ପୋଲିସ ଅଭିଯୋଗକୁ ଗ୍ରହଣ କରି ମାମଲା ଆଗତ କରି ସ୍ୱାମୀ ଶିବପ୍ରସାଦକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା. ସେହି ସମୟରେ ସ୍ତ୍ରୀ ନିଜ ବାପା ଘର ପିପିଲିକୁ ପଳାଇ ଆସି ଥିବା ବେଳେ ସେ ନିଜ ବାପା ଘରେ ରହୁଛି.ଏହାରି ମଧ୍ୟରେ ସ୍ୱାମୀ ଶିବପ୍ରସାଦ ମଝିରେ ମଝିରେ ଆସି ଶ୍ୱଶୁର ଘରେ ନିସ୍ତୁକ ମାଡ ଦେଇ ପଳାଇ ଯାଉଥିବା ବେଳେ ରବିବାର ଦିନ ସନ୍ଧ୍ୟା 6 ଘଟିକାରେ ପହଞ୍ଚି ମାଡ଼ ଦେବା ସହ ଶ୍ୱଶୁର ଘର ଲୋକଙ୍କୁ ଗାଳି ଗୁଲଜ କରି ଆକ୍ରମଣ କରି ବାରୁ ସ୍ତ୍ରୀ ବାଧ୍ୟ ହୋଇ ପିପିଲି ଥାନରେ ଦ୍ୱାରସ୍ଥ ହୋଇଛି.