ଗଞ୍ଜାମ ଜିଲ୍ଲା, ଖଲ୍ଲିକୋଟ ବ୍ଲକ୍ ଅନ୍ତର୍ଗତ କନକା ଗ୍ରାମ ସ୍ଥିତ ସାଇକ୍ଲୋନ୍ ସେଲ୍ଟର ପରିସରରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, କନକା ଏବଂ ଦି ବ୍ଲଡ୍ ଡୋନର୍ସ ଓଡ଼ିଶାର ମିଳିତ ଆନୁକୂଳ୍ୟରେ ଅବସରପ୍ରାପ୍ତ ସ୍ୱାସ୍ଥ୍ୟ କର୍ମୀ ରସବତୀ ପୃଷ୍ଟି (MPHW-F) ଙ୍କୁ ସମ୍ମାନ ଜଣାଇ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା।
ଶିବିରରେ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଏମ୍.କେ.ସି.ଜି. ବ୍ଲଡ୍ ବ୍ୟାଙ୍କ, ବ୍ରହ୍ମପୁରର ଡା. ଲୋକେଶ ରେଡ୍ଡି ଓ ତାଙ୍କ ଟିମ୍ ରକ୍ତ ସଂଗ୍ରହ କାର୍ଯ୍ୟ ସଫଳତାର ସହିତ ସମ୍ପନ୍ନ କରିଥିଲେ।
କାର୍ଯ୍ୟକ୍ରମରେ କନକା ଗ୍ରାମ ପଞ୍ଚାୟତର ସରପଞ୍ଚ ରେଖା ଜାଲି, ପୂର୍ବତନ ସରପଞ୍ଚ ସୁଦାମ ନାୟକ, କମ୍ୟୁନିଟି ହେଲ୍ଥ ଅଫିସର ଶୋଭନ ଆଚାର୍ଯ୍ୟ, ରସବତୀ ପୃଷ୍ଟି (MPHW-F), ପ୍ରଗତି ଦାଶ (MPHW-F), ନର୍ସିଂ ଅଫିସର ସୋନାଲି ସାହୁ, ଆଶା କର୍ମୀ ସଞ୍ଜୁ ସେଠୀ, ରଞ୍ଜିତା ପଟ୍ଟନାୟକ, ସୁମିତ୍ରା ପ୍ରଧାନ, ଅହଲ୍ୟା ଟାହାଲ ଏବଂ ଅଙ୍ଗନୱାଡ଼ି କର୍ମୀ ସାବିତ୍ରୀ ବାରିକ, ସୁଚିତ୍ରା ପାହାନା ଓ ସୁନୀତା ପାହାନା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
ଦି ବ୍ଲଡ୍ ଡୋନର୍ସ ଓଡ଼ିଶାର ସଭାପତି ରଞ୍ଜନ କୁମାର ମହାପାତ୍ର, ସହ-ସମ୍ପାଦକ ପ୍ରଦୀପ କୁମାର ବିଶ୍ବାଳ ଏବଂ ସଦସ୍ୟ ଜ୍ଞାନ ରଞ୍ଜନ ଦାସଙ୍କ ସକ୍ରିୟ ସହଯୋଗରେ ଶିବିରଟି ସୁଚାରୁରୂପେ ପରିଚାଳିତ ହୋଇଥିଲା।
ଶେଷରେ ଆୟୋଜକମାନେ ସମସ୍ତ ରକ୍ତଦାତା, ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ, ଜନପ୍ରତିନିଧି ଏବଂ ସହଯୋଗୀମାନଙ୍କୁ ହୃଦୟରୁ କୃତଜ୍ଞତା ଜଣାଇଥିଲେ। ରକ୍ତଦାନ ଭଳି ମହାନ ସେବା ମାଧ୍ୟମରେ ଅନେକ ଜୀବନ ରକ୍ଷା କରାଯାଇପାରିବ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ l


