ସାନଖେମୁଣ୍ଡି : ୧୭/୦୯/୨୩ (ରଘୁନାଥ ନାୟକ) ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ପାଟପୁର ପୋଲିସ ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପୋଡାମାରି – ବତାଗଡ଼ ରାସ୍ତାରେ ପାଟପୁର ପୋଲିସ ଶୁକ୍ରବାର ସକାଳ ୯ ଘଣ୍ଟା ସମୟ ରେ ପେଟ୍ରୋଲିଂ କରୁଥିବା ସମୟରେ ବିଶେଷ ସୂତ୍ରରୁ ଖବର ପାଇ ୩ ଜଣ ନାବାଳକ ୨ ଗୋଟି ବାଇକ ରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ପିଛା କରି ବତାଗଡ଼ ନିକଟରେ ୩ ଜଣ ନାବାଳକ କୁ ଅଟକାଇ ସେମାନଙ୍କ ପାଖରୁ ୩ ଗୋଟି ବ୍ୟାଗ ରୁ ୨୧ କିଲୋ ଗଞ୍ଜେଇ ଜବତ କରିବା ସହ ୩ ଜଣ ନାବାଳକ କୁ ମଧ୍ୟ ଗିରଫ କରିଛି ପାଟପୁର ପୋଲିସ ଅଭିଯୁକ୍ତ ମାନେ ନାବାଳକ ଥିବାରୁ ସେମାନଙ୍କୁ ପାଟପୁର ଥାନା କେସ ନଂ ୫୮୫/23 ଅନୁଯାଇ ପ୍ରଥମେ ଜୁଭେନାଇଲ ଜଷ୍ଟିସ ବୋର୍ଡ଼ରେ ହାଜର ପରେ ବ୍ରହ୍ମପୁର ବାଳକ ସୁଧାର ଗୃହକୁ ପଠା ଯାଇଥିବା ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି।
