You are currently viewing <em>ପୈତୃକ ସମ୍ପତିକୁ ନେଇ ବିବାଦ,ଘରେ ପଶି ମହିଳାଙ୍କୁ ଆକ୍ରମଣ ଓ ଭଙ୍ଗାରୁଜା ଘଟଣାରେ, ୬ଗିରଫ</em>
ପୈତୃକ ସମ୍ପତିକୁ ନେଇ ବିବାଦ,ଘରେ ପଶି ମହିଳାଙ୍କୁ ଆକ୍ରମଣ ଓ ଭଙ୍ଗାରୁଜା ଘଟଣାରେ, ୬ଗିରଫ

ଵ୍ରହ୍ମପୁର : (ଅମିତ୍ କୁମାର ସାହୁ) ୧୨/୧୧/୨୨ : ପୈତୃକ ସମ୍ପତିକୁ ନେଇ ତିନି ଭାଇଙ୍କ ମଧ୍ୟରେ ମାରପିଟି ଓ ଗଣ୍ଡଗୋଳ ହୋଇଥିବା ବେଳେ ଏକ ଜନୈକା ମହିଳାଙ୍କ ଘରେ ପଶି ତାଙ୍କୁ ଆକ୍ରମଣ କରିବା ସହ ଲୁଟ୍ କରିବା ଘଟଣାରେ ବଡବଜ଼ାର ପୋଲିସ ୬ ଜଣ ଅପରାଧୀଙ୍କୁ ଗିରଫ କରିଛି । ସେମାନେ ହେଲେ ଆଇନାବନ୍ଧ ନିକଟ ଝରଣାନଗରର ଜଳନ୍ଧର ଦାସ (୫୫), ଶିଶିର ଦାସ(୨୭) , ଚିନ୍ମୟ ଦାସ(୨୧), ପୁରୁଣା ଵ୍ରହ୍ମପୁର ତଳ ମେଣ୍ଟୁଛକର ବଜରଙ୍ଗୀ ପାଢ଼ୀ(୨୫), ଲୋକନାଥ ଚୌଧୁରୀ(୨୪) ଓ ଜଗବନ୍ଧୁ ହୁଡା ସାହିର ରୋଶନ ଖଟେଇ(୨୦)। ଅଭିଯୁକ୍ତଙ୍କ ନିକଟରୁ ପୁଲିସ ବିଭିନ୍ନ ମାରଣାସ୍ତ୍ର ଜବତ କରିଥିବା ଜଣାପଡିଛି।ମିଳିଥିବା ସୂଚନା ପ୍ରକାରେ,ଗତ ଅକ୍ଟୋବର ୨୪ ତାରିଖ ରାତ୍ର ୧୧ଟା ସମୟରେ ଜଳନ୍ଧର ଦାସ ଓ ତାଙ୍କ ସହଯୋଗୀ ମାନେ
ଖଣ୍ଡା ,କାତି , ଠେଙ୍ଗା ଓ ବୋମା ଧରି ଆଇନବନ୍ଧ ସାହିରେ ରହୁଥିବା ସସ୍ମିତା ଗୌଡ଼ଙ୍କ ଘର କବାଟ ଭାଙ୍ଗି ଘରେ ପଶିଥିଲେ । ଘର ଭିତରେ ଥିବା ଫ୍ରିଜ,ଟିଭି, ଫେନ ଇତ୍ୟାଦି ଭଙ୍ଗାରୁଜା କରିଥିଲେ। ମାରଣାସ୍ତ୍ର ଦେଖାଇ ମହିଳାଙ୍କୁ ଭୟଭୀତ କରିବା ସହ ଦୁଇ ହଳ ସୁନା କାନଫୁଲ , ଦୁଇଟି ଗ୍ୟାସ ସିଲିଣ୍ଡର ଓ ୮୪୦୦ ଟଙ୍କା ଲୁଟି ନେଇଥିଲେ। ଏନେଇ ପୁଲିସକୁ ଖବର କଲେ ବୋମା ପକାଇ ଜୀବନରେ ମାରିଦେବୁ ବୋଲି ମହିଳାମାନଙ୍କୁ ଅଭିଯୁକ୍ତମାନେ ଧମକଚମକ ଦେଇଥିଲେ । ପରେ ସସ୍ମିତା ଗୌଡ଼ ଏ ନେଇ ବଡବ୍ଜ଼ାର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୁଲିସ କେସ ନଂ ୨୮୧/୨୨ରେ ଏକ ମାମଲା ରୁଜୁ କରି
ଉପରୋକ୍ତ ସମସ୍ତଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲଣ କରିଥିବା ଜଣା ପଡ଼ିଛି ।