ପୁରୀ,୨୮/୫-ଗୁରୁବାର ସିଂହଦ୍ଵାର ଠାରେ ଭକ୍ତଙ୍କ ପ୍ରବଳ ଗହଳି । ଗତକାଲି ବର୍ଷା ପରେ ଆଜି ପ୍ରବଳ ଖରା ଓ ଗୁଳୁଗୁଳି ଅନୁଭୂତ ହୋଇଥିଲା । ସିଂହଦ୍ଵାର ବ୍ଯାରିକେଡ ନିକଟରେ ଉଠା ଖଜା ଦୋକାନୀ ବଡ ସିଲଭର ଗାଙ୍ଗୁଲାରେ ଚୁଳିଆ ପର୍ଯ୍ୟନ୍ତ ଖଜା ରଖି ବିକ୍ରି କରୁଥିଲା। ହଠାତ ସେଠାରେ ପୌରସଂସ୍ଥାର ସ୍କ୍ବାଡ ପହଞ୍ଚି ଖଜା ଦୋକାନୀକୁ ଗାଡିରେ ବସାଇ ନେଇଗଲେ । ସେଠାରେ ରହିଗଲା ଖଜା ଗାଙ୍ଗୁଲା । ଏହା ଦେଖି ଭକ୍ତ ମାନେ ସଙ୍ଗେ ସଙ୍ଗେ ବ୍ଯାଗ ଓ ଲୁଗା ଅଣ୍ଟିରେ ଖଜା ବୋହି ନେଇଗଲେ । ପାଞ୍ଚ ମିନିଟରେ ଖଜା ତସଲା ଖାଲି ହୋଇଗଲା । ଏପରିକି ତସଲା ତଳେ ରହି ଯାଇଥିବା ଚିନି ଶିରାକୁ ମଧ୍ଯ ଆଙ୍ଗୁଠିରେ ରାମ୍ପୁଡି ଚାଟି ଦେଇଥିଲେ । ଏହି ଖଜା ନେବା ପାଇଁ କିଛି ସମୟ ଠେଲାପେଲା ଲାଗି ରହିଥିଲା । ଏହି ଦୃଶ୍ଯ ସେଠାରେ ରୋଚକ ପରିସ୍ଥିତି ସୃଷ୍ଟି କରିଥିଲା ।

