You are currently viewing ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” କାର୍ଯ୍ୟକ୍ରମ ଅନୁଷ୍ଠିତ ।
ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” କାର୍ଯ୍ୟକ୍ରମ ଅନୁଷ୍ଠିତ ।

ସାନଖେମୁଣ୍ଡି ୮/୧୦ -:- ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଶ୍ରୀ ରାଧାକୃଷ୍ଣ ବିଦ୍ୟାପୀଠ ଏରେଣ୍ଡ୍ରା ଠାରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ପ୍ରସନ୍ନ ତ୍ରିପାଠୀଙ୍କ ପୌରହିତ୍ୟରେ ମୁଖ୍ୟ ଅତିଥି ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଲିଙ୍ଗରାଜ ସ୍ୱାଇଁ ,ଅଧ୍ୟାପକ ଡଃ କୈଳାସ ଚନ୍ଦ୍ର ସ୍ୱାଇଁ ପ୍ରଦୀପ ପ୍ରଜ୍ବଳନ କରିଥିଲେ।ସମ୍ମାନୀତ ଅତିଥି ଭାବରେ ଏରେଣ୍ଡ୍ରା ଗ୍ରାମ ପଞ୍ଚାୟତର ସରପଞ୍ଚ ଧୋବା ସ୍ୱାଇଁ, ସମିତି ସଭ୍ୟ ସଂଗ୍ରାମ ବିଷୋୟୀ, ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡଃ ବାହନ ଦାସ ,ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀ ଅମୂଲ୍ୟ ପ୍ରଧାନ ପ୍ରମୁଖ ମଞ୍ଚାସୀନ ହୋଇଥିଲେ।ମୁଖ୍ୟ ଅତିଥି ସାନଖେମୁଣ୍ଡି ତହସିଲଦାର ଶ୍ରୀ ରାମଚନ୍ଦ୍ର ପଟ୍ଟନାୟକ କୃତୀ ଶିକ୍ଷାର୍ଥୀ ମାନଙ୍କୁ ପୁରସ୍କୃତ କରି ଉତ୍ସାହିତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ମା ସରସ୍ଵତୀ ସଂଗ୍ରହାଳୟ ର ପ୍ରତିଷ୍ଠାତା, ସଂଗ୍ରାହକ ତଥା ଗବେଷକ ଶ୍ରୀ ଉଦୟ ନାଥ ହୋତା , ପ୍ରକୃତି ମିତ୍ର ପୁରସ୍କାର ବିଜେତା ପ୍ରଧାନ ଶିକ୍ଷକ ଶ୍ରୀ ପ୍ରସନ୍ନ ତ୍ରିପାଠୀ, ରାଜ୍ୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସାନଖେମୁଣ୍ଡି କ୍ରୀଡା ଶିକ୍ଷକ ସମ୍ପାଦକ ଶ୍ରୀ ଅରୁଣ ରାଉତ ଙ୍କୁ ସମ୍ବର୍ଦ୍ଧନା ଓ ମାନପତ୍ର ପ୍ରଦାନ କରାଯାଇଥିଲା । ତତ୍ ସହିତ କବାଡି,ଖୋ ଖୋ ଦୌଡ଼ରେ ରାଜ୍ୟ ସ୍ତରୀୟ ସଫଳତା ହାସଲ କରିଥିବା ୪ଜଣ କୃତୀ ଶିକ୍ଷାର୍ଥୀ ଙ୍କୁ ମଧ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।ସୁରଭିରେ ପ୍ରଥମ ସ୍ଥାନ ହାସଲ କରିଥିବା କୃତୀ ଶିକ୍ଷାର୍ଥୀ ମାନେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବାର ଗୌରବ ଲାଭ କରିବେ । ଶିକ୍ଷାର୍ଥୀଙ୍କ ଅନ୍ତର୍ନିହିତ ଗୁଣାବଳୀର ବିକାଶ କ୍ଷେତ୍ରରେ ସୁରଭି କାର୍ଯକ୍ରମ ଏକ ପ୍ରମୁଖ ଭୂମିକା ଅର୍ଜନ କରିଛି।ଶିକ୍ଷାର୍ଥୀଙ୍କ ଦ୍ଵାରା ସୁନ୍ଦର ସାଂସ୍କୃତିକ କାର୍ଯକ୍ରମ ପରିବେଷଣ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ମୁକେଶ ପାତ୍ର,ସତ୍ୟନାରାୟଣ ନାୟକ,ସୁଦର୍ଶନ ନାୟକ ତଥା ଶଙ୍କର୍ଷଣ ସେଠୀ ପ୍ରଭୃତି ମଞ୍ଚ ପରିଚାଳନା କରିଥିଲେ।ବି.ଆର୍.ସି.ସି ରାମଚନ୍ଦ୍ର ପଣ୍ଡା, ଏ.ବି.ଓ ବିନିତା ମିଶ୍ର, ରିତାଞ୍ଜଳି ରଥ ,ସମସ୍ତ ସି ଆର୍ ସି ସି ,ତଥା ସାନଖେମୁଣ୍ଡି ଓ ଧରାକୋଟର ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳତାରେ ସହଯୋଗ ପ୍ରଦାନ କରିଥିଲେ।