ପୁଣି ଆରମ୍ଭ ହେଲା ଦଣ୍ଡିଶ୍ୱର ଶ୍ମଶାନ ନିର୍ମାଣ କାର୍ଯ୍ୟ

ବେଗୁନିଆପଡ଼ା
୪୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବ କୋଦଳା ଏନଏସି ଅନ୍ତର୍ଗତ ଦଣ୍ଡିଶ୍ୱର ଶ୍ମଶାନ ଗୃହ ତଥା ସ୍ବର୍ଗଦ୍ବାର। ଏଥିପାଇଁ ପୁଣି ଥରେ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ନିର୍ମାଣ ହେବାକୁ ଥିବା ସ୍ଥାନକୁ ଜେସିବି ଦ୍ବାରା ସମତୁଲ କାର୍ଯ୍ଯ ଆରମ୍ଭ ହୋଇଛି। ଏକବର୍ଷ ପୂର୍ବରୁ ଉକ୍ତ କାର୍ଯ୍ଯ ପାଇଁ ଟେଣ୍ଡର ହୋଇଥିବା ବେଳେ ସଂପୃକ୍ତ ଠିକାଦାର କାର୍ଯ୍ଯ ନ କରିବାରୁ ସ୍ଥଗିତ ହୋଇଥିଲା। ଏବେ ପୁଣି ଥରେ ନୂତନ ଭାବେ ଟେଣ୍ଡର କରାଯାଇ ନୂଆଁ ଠିକାଦାର ଏହି ଦାୟିତ୍ବ ନେଇଛନ୍ତି। ଅଧା ଏକର ଜମିରେ ନିର୍ମାଣ ହେବାକୁ ଯାଉଥିବା ଏହି ଶ୍ମଶାନ ସ୍ଥଳୀରେ କାର୍ଯ୍ଯାଳୟ, ଶୌଚାଳୟ, ଗାଧୁଆଘର ଓ ଶବଦାହ ଘର ନିର୍ମାଣ କରାଯିବ। ମଙ୍ଗଳବାର କୋଦଳା ଏନଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ, ୮ ନମ୍ବର ଓ୍ବାର୍ଡ ସଭ୍ୟ ମଧୂସୁଦନ ଜେନା, ଏନ୍‌ଏସି ଆସିଷ୍ଟାଣ୍ଟ ଇଞ୍ଜିନିୟର ସୁଧାକର ଦାସ କାର୍ଯ୍ଯ କ୍ଷେତ୍ରକୁ ଯାଇ ତଦାରଖ କରିଛନ୍ତି। ଏହି ଉନ୍ନତମାନର ଶ୍ମଶାନ ଗୃହ ନିର୍ମାଣ ହେବା ପରେ କୋଦଳା ଏନଏସି ବାସିନ୍ଦା ଶବଦାହ କାର୍ଯ୍ଯ ଅତ୍ଯନ୍ତ ସୁରୁଖୁରୁରେ କରି ପାରିବେ ବୋଲି କହିଛନ୍ତି ଅଧ୍ଯକ୍ଷ ଶ୍ରୀ ନାୟକ। ଗଞ୍ଜାମ ଜିଲ୍ଲା କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।