You are currently viewing ପୁରୁଷୋତ୍ତମପୁର ବ୍ଲକର ପଞ୍ଚାୟତ ଅଧିକାରୀ ଙ୍କକଲାବେଜ ପିନ୍ଧିଅନଶନ ତାରିଖ
ପୁରୁଷୋତ୍ତମପୁର ବ୍ଲକର ପଞ୍ଚାୟତ ଅଧିକାରୀ ଙ୍କକଲାବେଜ ପିନ୍ଧିଅନଶନ ତାରିଖ

ପୁରୁଷୋତ୍ତମପୁର ବ୍ଲକ ନିଖିଳ ଉତ୍କଳ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସଂଘ ଶାଖା ପକ୍ଷରୁ ୪ଦଫା ଦାବି ପୂରଣ ନେଇ ସମସ୍ତ କାର୍ଯ୍ୟକର୍ତ୍ତା କଳାବ୍ୟାଜ ପରିଧାନ କରିଛନ୍ତି । ଏହା ଅଗଷ୍ଟ ୭ରୁ ଆରମ୍ଭ ହୋଇଥ‌ିବା ବେଳେ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ବ୍ଲକ ପିଇଓ ସଂଘର ସଭାପତି ଦିଲ୍ଲୀପ ମନୋଜ କୁମାର ସାହୁ ସୂଚନା ଦେଇଛନ୍ତି। ସେମାନଙ୍କ ୪ଦଫା ଦାବି ପୂରଣ ନହେଲେ ଅଗଷ୍ଟ ୧୮ରୁ ପିଇଓ ସମୂହ ଭାବରେ କଲମ ଛାଡ଼ ଆନ୍ଦୋଳନ କରିବେ ବୋଲି ସଂଘ ପକ୍ଷରୁ ସଭାପତି ସୂଚନା ଦେଇଛନ୍ତି। 4ଦଫା ଦାବି ମଧ୍ୟରେ ଅଛି ସର୍ବନିମ୍ନ ଯୋଗ୍ୟତା ଗ୍ରାଜୁଏସନ ଓ ଲେବଲ 9ର ସେଲେରୀ 9300, ଓ ଏବଂ ଗ୍ରେଡ଼ ପେ 4200 ହେବା ଦରକାର ଅଟେ |
ଆନ୍ଦୋଳନରେ ପିଇଓ ସଂଘର
ସଭାପତି ମନୋଜ କୁମାର ସାହୁ, ଗୋଲକ ବିହାରୀ ଗୌଡ଼, ରତିକାନ୍ତ ସାହୁ,ଏମ ବାଲ୍ୟ, ଭଜ କୃଷ୍ଣ,ମିନ କେତନ ବେହେରା, ମୃତ୍ୟୁଞ୍ଜୟ ଦାଶ, କେଶବ ଚନ୍ଦ୍ର ଗୌଡ଼, ଅରକ୍ଷିତ ସାମଲ, ପାଣ୍ଡଵ ରାଉତ,ଡ଼ି ଲଛମନ, ଧନେଶ୍ୱର ଗୌଡ଼, ଜୟନ୍ତୀ ଶବର, ଲଳିତା ଜର୍ଜ, ବିଶ୍ୱନାଥ ଭୋଳ,ବବିତା ଶବର, ସମେତ କମିଟିର ସମସ୍ତ ସଭ୍ୟ ସାମିଲ ହୋଇଥଲେ।