ଖଲ୍ଲିକୋଟ :8/10,ଚଳିତ ମାସ ୪ ତାରିଖ ଦିନ ଖଲ୍ଲିକୋଟ ଥାନା ଅନ୍ତର୍ଗତ ବାକୁଟୁଗାଁ ପଞ୍ଚାୟତର ପାରିନୂଆ ଗାଁ ଗ୍ରାମରେ ପୂର୍ବ ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ଘଟିଥିବା ମାରପିଟ ମାମଲାରେ ଜଣେ ଆହତ ହୋଇଥିବା ବେଳେ ଗଣ୍ଡଗୋଳ ମାମଲାରେ ଜଣେ ମହିଳା ତାଙ୍କ ପୁଅକୁ ରକ୍ଷା କରିବାକୁ ଯାଇ ମାଆ ପୁଅ ଆହତ ହୋଇଥିବା ବେଳେ ତାଙ୍କୁ ପୋଲିସ ଠିକ ଭାବେ ନ୍ୟାୟ ନ ଦେଇ ତାଙ୍କ ପୁଅକୁ ଅଯଥା ମାମଲାରେ ଛନ୍ଦି ଜେଲ ପଠାଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସବିତା ପ୍ରଧାନ ନାମକ ଜଣେ ଅଭିଯୋଗକାରିଣୀ ମହିଳା ନ୍ୟାୟ ଭିକ୍ଷା କରି ତାଙ୍କ ପରିବାରକୁ ନିରାପତ୍ତା ଯୋଗାଇ ଦେବା ପାଇଁ ସାମ୍ବାଦିକ ମାନଙ୍କ ଆଗରେ କାନ୍ଦି କାନ୍ଦି ବୟାନ ଦେଇଛନ୍ତି ।ସୂଚନା ଅନୁଯାୟୀ ମହିଳାଙ୍କ ବୟାନ ଅନୁସାରେ ଗତ ପଂଚାୟତ ନିର୍ବାଚନ ଠାରୁ ପାରିନୁଆଗାଁର ଅଲେଖ ପ୍ରଧାନଙ୍କ ଓ ପ୍ରଭାକର ପ୍ରଧାନ ଙ୍କ ପୁଅ ସାଗର ପ୍ରଧାନ ମଧ୍ୟରେ ଶତ୍ରୁତା ଲାଗି ରହିଛି | ଗତ ୪ ତାରିଖ ଦିନ ଗାଁ ଦାଣ୍ଡରେ ଅଲେଖ ଓ ସାଗରଙ୍କ ମଧ୍ୟରେ ଝଗଡା ହୋଇଥିଲା ।ଫଳରେ ଅଲେଖଙ୍କ ଭିଣୋଇ ବିପ୍ର ପ୍ରଧାନ ସାମିଲ ହୋଇ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଠେଙ୍ଗା ବାଡ଼ିରେ ପିଟାପିଟି ହେବା ବେଳେ ସାଗରର ମା ସବିତା ନିଜ ପୁଅକୁ ରକ୍ଷା କରିବାକୁ ଯାଇ ଠେଙ୍ଗା ମାଡ଼ ଖାଇ ତଳେ ପାଡ଼ି ଯାଇଥିବା ଗଣ୍ଡଗୋଳରେ ବିପ୍ର ପାହାନଙ୍କ ମୁଣ୍ଡ ଫାଟି ରକ୍ତ ସ୍ରାବ ହେବା ପରେ ପୋଲିସ ବିପ୍ର ପ୍ରଧାନ ଙ୍କ ଏତଲା ପଞ୍ଜିକୃତ କରି ସାଗର ପ୍ରଧାନ କୁ ଗିରଫ କରି କୋର୍ଟ ପଠାଇଥିବା ବେଳେ ସବିତା ପ୍ରଦାନ ଙ୍କ ଏତେଲା ପରେ ପ୍ରତିପକ୍ଷ ଙ୍କ ମଧ୍ୟରୁ କାହାରିକୁ ଗିରଫ କରି ନଥିବା ସବିତା ଅଭିଯୋଗ କରିଛନ୍ତି |ତେବେ ସାଗରର ମାଆ ସବିତା ତାଙ୍କ ପୁଅ ନିର୍ଦୋଷ ,ସେ ଏକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲା | ତାଙ୍କ ପୁଅକୁ ବିନା କାରଣରେ ଫସାଇ ଦିଆଯାଇଥିବା ଅଭିଯୋଗ କରି ଭେଜିପୁଟ ଫାଣ୍ଡି, ଖଲ୍ଲିକୋଟ ଥାନା ଓ ଗଞ୍ଜାମ ଏସ ପି ଙ୍କୁ ଭେଟି ତାଙ୍କ ନିର୍ଦୋଷ ପୁଅକୁ ଖଲାସ କରି ଉପଯୁକ୍ତ ନ୍ୟାୟ ପ୍ରଦାନ ସହ ତାଙ୍କୁ ମାଡ ମାରିଥିବା ବ୍ୟକ୍ତି ମାନଙ୍କୁ ଗୀରଫ କରିବା ପାଇଁ ସାମ୍ବାଦିକ ମାନଙ୍କ ଆଗରେ ସୂଚନା ଦେଇଛନ୍ତି । ଏ ସମ୍ପର୍କରେ ଭେଜିପୁଟ ଫାଣ୍ଡି ଅଧିକାରୀଙ୍କ ସହ ଯୋଗାଯୋଗ କରିବାରେ ଘଟଣାର ତଦନ୍ତ କରି ପଦକ୍ଷେପ ନିଆଯାଇଛି ବୋଲି ସୂଚନା ଦେଇଛନ୍ତି ।
(ରିପୋର୍ଟ – ମାଧବ ବେହେରା, ଖଲ୍ଲିକୋଟ )

