ପାଟପୁର : ସାନଖେମୁଣ୍ଡି ତହସିଲ୍ ଅଧିନସ୍ଥ କଲରାପଦର୍ ଠାରେ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଆରମ୍ଭ କରାଯାଇଛି । ପୂର୍ବ ତଥ୍ୟ ମୁତାବକ ରାଜସ୍ୱ ବିଭାଗର ବିଜ୍ଞପ୍ତି ଅନୁଯାୟୀ କଲରାପଦର ଠାରେ ଗୌତମୀ ,କଲରାପଦର,ସାହସ ପୁର ପଞ୍ଚାୟତ ର ସମସ୍ତ ରାଜସ୍ୱ ଗ୍ରାମକୁ ନେଇ ଏକ ନୂତନ ଭାବରେ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଖୋଲିବା ପାଇଁ ପ୍ରକାଶ ପାଇଥିଲା । ଏହି ପରୀପ୍ରେକ୍ଷୀରେ ରେ ସ୍ଥାୟୀ କାର୍ଯ୍ୟାଳୟ କାର୍ଯ୍ୟ ବିଳମ୍ବ ଯୋଗୁଁ ଅଞ୍ଚଳବାସୀଙ୍କ ସୁବିଧା ପାଇଁ ତହସିଲ୍ ପାକ୍ଷରୁ କଲରାପଦର ଠାରେ ଅସ୍ଥାୟୀ ଘରେ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟକୁ ତହସିଲ୍ ସୂପରଭାଇଜର ଚିତ୍ରସେନ ସାହୁ ମୂଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟାଳୟକୁ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ କଲରାପଦର୍ ରାଜସ୍ବ ନିରୀକ୍ଷକ ସୁଶାନ୍ତ କୁମାର ମଲ୍ଲିକ ,ଉପ ରାଜସ୍ବ ନିରୀକ୍ଷକ ପପୁ ନାୟକ ,ସାହାସ ପୁର ସରପଞ୍ଚ ସୁଶାନ୍ତ ସେଠୀ ,କଲରାପଦର ସମିତି ସଭ୍ୟ ପ୍ରତିନିଧି ହୃଷୀକେଶ ରେଡ୍ଡୀ ,ଗୌତମୀ ନାଏବ ସରପଞ୍ଚ ଲିଟୁ ସାହୁ, କଲରାପଦର ଗ୍ରାମ୍ୟ ପରିଚାଳନା କମିଟି ସଭାପତି ଦୁର୍ଯୋଧନ ଭୂୟାଁ, ସମ୍ପାଦକ ଭାସ୍କର ପ୍ରଧାନ ସମେତ ଟିକିନା ପ୍ରଧାନ ,ଈଶ୍ୱର ଭୂୟାଁ, ପ୍ରଦୀପ ସ୍ୱାଇଁ,ଟୁଲୁ ପ୍ରଧାନ , ପଞ୍ଚାନନ ପ୍ରଧାନ,ଗୋପୀନାଥ ପଟ୍ଟନାୟକ,ଗଙ୍ଗାଧର ଭୂୟାଁ,ସୀତାରାମ ସ୍ୱାଇଁ,ପ୍ରଶାନ୍ତ ପ୍ରଧାନ , କାଳୁ ସେଠୀ,ବିନୋଦ ପ୍ରଧାନ ,ବାବୁ ପ୍ରଧାନ , ବୁଦ୍ଧଦେବ ପ୍ରଧାନ ପାଖ ତିନି ପଞ୍ଚାୟତର ଗ୍ରାମବାସୀ ଯୋଗଦେଇଥିଲେ ।
